ଆସନ୍ତା ୧୯ରୁ ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନ ବନ୍ଦ

ଭୁବନେଶ୍ୱର : ଆସନ୍ତା ୧୯ରୁ ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନ କ୍ଲାସ୍ ବନ୍ଦ ରହିବ । ଶ୍ରେଣୀ ଗୃହ କ୍ଲାସ୍ ଏବଂ ସମସ୍ତ ପରୀକ୍ଷା ସ୍ଥିଗିତ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ପରିସ୍ଥିତି ଦେଖି ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ହଷ୍ଟେଲ୍ ସବୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ୧୯ ସୁଦ୍ଧା ହଷ୍ଟେଲ୍ ଖାଲି କରିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଠିକ୍ ସମୟରେ ସିଲାବସ୍ ସାରିବାକୁ ଅନ୍‌ଲାଇନ୍ କ୍ଲାସ୍‌ରେ ପରାମର୍ଶ ଦିଆଯାଇଛି । ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ୫୦% କର୍ମଚାରୀଙ୍କୁ ନେଇ ଚାଲିବ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଣଶିକ୍ଷକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସାଶ୍ୱତ ମିଶ୍ର ରାଜ୍ୟର ସମସ୍ତ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ମିଶ୍ର ଚିଠିରେ ଦର୍ଶାଇଛନ୍ତି ଯେ, ଶ୍ରେଣୀ ପାଠପଢ଼ା, ଶ୍ରେଣୀର ପରୀକ୍ଷା ପରିଚାଳନା ବର୍ତ୍ତମାନ ସ୍ଥିତିରେ କରିବା ସମ୍ଭବପର ନୁହେଁ । ଅଫ୍‌ଲାଇନ୍ ବ୍ୟବସ୍ଥାକୁ ବନ୍ଦ କରାଯାଇ ଅନ୍‌ଲାଇନ୍ ମାଧ୍ୟମରେ ପାଠପଢ଼ା ଓ ପରୀକ୍ଷା ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି । ସେ ଦର୍ଶାଇଛନ୍ତି ଯେ, ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ୫୦% ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରି ରହିବେ । ରୋଷ୍ଟର ଡିୁ୍ୟଟିକୁ ଅନୁଷ୍ଠାନ କର୍ତ୍ତୃପକ୍ଷ ନଜର ଦେଇ ଯେଉଁ କର୍ମଚାରୀ ଅନୁଷ୍ଠାନକୁ ଆସିବେ ତାହା ସ୍ଥିର କରିବେ । ତେବେ ଯେଉଁ ଅଧ୍ୟାପକ ଓ ଅଧ୍ୟାପିକାମନେ ଘରେ ରହିବେ ସେମାନେ ଅନ୍‌ଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ । ଶିକ୍ଷାଅନୁଷ୍ଠାନ ବନ୍ଦ ହେବା ପରେ ଯେପରି ପାଠପଢ଼ାରେ ବ୍ୟାଘାତ ନଘଟେ ସେ ଦିଗରେ ବିଷୟ ଭିତ୍ତିକ ଅଧ୍ୟାପକ, ଅଧ୍ୟାପିକାମାନେ ପାଠପଢ଼ାଇ କୋର୍ସ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅନ୍‌ଲାଇନ୍ ମାଧ୍ୟମରେ ୟୁଜି ଏବଂ ପିଜି ପରୀକ୍ଷା ହେବାର ସମ୍ଭାବନା ରହିଛି ।

ପ୍ରକାଶଥାଉକି, ଅନ୍‌ଲାଇନ୍ ପରୀକ୍ଷା କରିବା ଦାବିରେ ଗତ ୧୫ତାରିଖ ଦିନ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ । ଅନେକ୍ ଶିକ୍ଷାଅନୁଷ୍ଠାନରୁ କିଛି ଛାତ୍ରଛାତ୍ରୀ ଏବଂ ଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡି଼ବା ପରେ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍ ପରୀକ୍ଷାକୁ ବିରୋଧ କରିଥିଲେ । ତେବେ ଶୁକ୍ରବାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ବଭିଷ୍ୟତକୁ ଗୁରୁତ୍ୱ ଦେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପିତି ଗ୍ରହଣ କରାଯାଇଛି । ଆସନ୍ତା ୧୯ତାରିଖ ତଥା ସୋମବାର ସୁଦ୍ଧା ସମସ୍ତ ଛାତ୍ରାବାସ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *