ରାସ୍ତାରେ ମହିଳାଙ୍କ ପ୍ରସବ ପରେ ମୃତ୍ୟୁ ମାମଲା : ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାସ୍ତାରେ ଜଣେ ମହିଳାଙ୍କ ପ୍ରସବ ପରେ ମୃତ୍ୟୁ ଘଟଣାରେ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ବୁଡୁପାଙ୍କ ଗ୍ରାମର ଆଶାକର୍ମୀ ମିନି ପ୍ରଧାନ ଗର୍ଭ ଯନ୍ତ୍ରଣା ପାଉଥିବାବେଳେ ଗତ ୨୦୧୬ ମସିହା ସେପ୍ଟେମ୍ବର ୫ ତାରିଖରେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲାବେଳେ ଆମ୍ବୁଲାନସ୍ କିନ୍ତୁ ଆସିନଥିଲା । ଫଳରେ ମିନି ପ୍ରଧାନଙ୍କୁ ଘରଠାରୁ ୨୫ କିଲୋମିଟର ଦୁର ଦାରିଙ୍ଗିବାଡି ଡାକ୍ତରଖାନାକୁ ନିଆଯାଉଥିଲା । ତେବେ ରାସ୍ତାରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ରକ୍ତସ୍ରାବ କାରଣରୁ ମିନି ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାରେ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୂକ୍ତରେ ଏକ ମାମଲା ରୁଜୁ କରିଥିଲେ । ରୁଜୁ ମାମଲାରେ ଆମ୍ବୁଲାନସ୍ ସେବା ଉପଲବ୍ଧ ନ ହେବା କାରଣରୁ ମିନି ପ୍ରଧାନର ମୃତ୍ୟୁ ହେଲା ବୋଲି ଦର୍ଶାଇ ଶ୍ରୀ ତ୍ରିପାଠୀ ଏଥି ପାଇଁ ୩ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ଆବେଦନ କରିଥିଲେ । ଜାତୀୟ ମ।।ନବାଧିକାର ଆୟୂକ୍ତ ଏହାର ଶୁଣାଣି କରି ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ । ତେବେ ରାଜ୍ୟ ସରକାର ଜାତୀୟ ମାନବାଧିକାରଙ୍କ ଆଦେଶ ବିରୋଧରେ ଓଡିଶା ହାଇକୋର୍ଟରେ ଅପିଲ୍ କରିଥିଲେ । ହାଇକୋର୍ଟର ବିଚାରପତି ଅରିନ୍ଦମ୍ ସିହ୍ନାଙ୍କ ଇଜିଲାସ ମାମଲାର ଶୁଣାଣି କରି ଉପରୋକ୍ତ ଆଦେଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *