ବାଣ ନିଷିଦ୍ଧ ମାମଲା: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହାଇକୋର୍ଟରେ କାଏମ

କଟକ : ବାଣ ଫୁଟାଇବା ଓ ବିକ୍ରୀ ନିଷିଦ୍ଧ ସମ୍ପର୍କିତ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଏଥି ସହିତ ହାଇକୋର୍ଟ ଅଲ୍ ଓଡିଶା କ୍ରାକର୍‌ର୍ସ ଆସୋସିଏସନ୍‌ର ଆବେଦନକୁ ଖାରଜ କରିଛନ୍ତି । ଏପରି ଆବେଦନର ଶୁଣାଣି କରି ହାଇାକୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି । ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ସହ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ବାଣ ବିକ୍ରୀ ଓ ବାଣ ଫୁଟାଇବା ଉପରେ ଗତ ସେପ୍ଟେମ୍ବର ୩୦ ତାରିଖରେ ନିଷେଧାର୍ଥ ଜାରି କରିଛନ୍ତି । ଅକ୍ଟୋବର ପାଇଁ ଜାରି ଗାଇଡ୍‌ଲାଇନ୍‌ରେ ଏହାକୁ ସ୍ଥାନିତ କରାଯାଇଛି । ଏହି ଆଦେଶନାମା ନଭେମ୍ବର ୪ ତାରିଖରେ ପଡୁଥିବା ଦୀପାବଳୀ ପାଇଁ ପ୍ରଜୁଜ୍ୟ । ତେବେ ଏପରି ବିଜ୍ଞପ୍ତିକୁ ବିରୋଧ କରି ଅଲ୍ ଓଡିଶା କ୍ରାକର୍‌ର୍ସ ଆସୋସିଏସନ୍ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରି ଏପରି ବିଜ୍ଞପ୍ତିକୁ ଖାରଜ କରିବାକୁ ଆବେଦନ କରାଯାଇଥିଲା । ରୁଜୁ ମାମଲାରେ ବାଣ ବିକ୍ରୀ ଓ ବାଣ ଫୁଟାଇବା ବନ୍ଦ ନିଷ୍ପତ୍ତି ଦ୍ୱାରା ବିକ୍ରେତା ସଂଘ ଓ ବାଣ ବିକ୍ରୀ କରୁଥିବା ଲୋକମାନେ ବହୁଳ ଭାବେ ପ୍ରଭାବିତ ହେବେ ବୋଲି ଆବେଦନରେ ଦର୍ଶାଯାଇଥିଲା । ହାଇକୋର୍ଟ ଏହାର ଶୁଣାଣି କରି ଉକ୍ତ ଆବେଦନକୁ ଖାରଜ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *