ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶ, ହାଇକୋର୍ଟରେ ଖାରଜ

କଟକ : ଏକ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ ଭୋଗୁଥିବା ଆସାମୀ ରଞ୍ଜନ ଜୁଆଙ୍ଗ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟ ତାକୁ ଏହି ଦଣ୍ଡାଦେଶରୁ ମୁକ୍ତ କରିଛନ୍ତି । ହାଇକୋର୍ଟ ଏହି ମାମଲାରେ ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶକୁ ଖାରଜ କରିଛନ୍ତି । । ଅଭିଯୁକ୍ତ ଜଣକ ହତ୍ୟା କରିବା ଉଦ୍ଦେଶ୍ୟ ନଥିବା ମାମଲାରେ ପ୍ରମାଣିତ ହୋଇଥିବାରୁ ତାକୁ ଆଇପିସିର ୩୦୨ ବଦଳରେ ୩୦୨(୨) ଆଧାରରେ ଦଣ୍ଡବିଧାନ କରାଯିବା ଉଚିତ୍ । ତେବେ ଅଭିଯୁକ୍ତ ରଞ୍ଜନ ଜୁଆଙ୍ଗ ଇତି ମଧ୍ୟରେ ଏହି ମାମଲାରେ ୧୪ବର୍ଷ ଜେଲରେ ବିତାଇ ସାରିଥିବାରୁ ହାଇକୋର୍ଟ ରାୟରେ ପରିବର୍ତ୍ତନ କରି ତାଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଜନ୍ମେଜୟ କଟିକିଆ ପରିଚାଳନା କରୁଥିଲେ । ମାମଲାର ବିବରଣୀ ଅନୁଯାୟୀ ଉଭୟ ମୃତକ ଓ ମାମଲାର ଆସାମୀ ରାଇନା ଓରଫ ରଞ୍ଜନ ଜୁଆଙ୍କ ଦୁଇ ସାଙ୍ଗ ଥିଲେ । ଗତ ୨୦୦୭ ମସିହା ସେପ୍ଟେମ୍ବର ୨୪ ତାରିଖରେ କେନ୍ଦ୍‌ୁଝର ଜିଲ୍ଲାର ତଳପଡା ଗାଁ ନିକଟରେ ରାତି ୯ଟା ସମୟରେ ସେମାନେ କଳି କଜିଆ କରି ଆସିବା ସମୟରେ ଉଭୟଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା । ଏହି ଘଟଣାରେ ମୃତକ ଜଣକ ତଳେ ପଡିଯିବାରୁ ତା ମୁଣ୍ଡରୁ ରକ୍ତ ବାହାରିବା ସହ ଗଭୀର କ୍ଷତ ହୋଇଥିଲା । ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଦୈତାରୀ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ପୁଲିସ୍ ତଦନ୍ତ କରି ଅଭିଯୁକ୍ତକୁ ଅକ୍ଟୋବର ୧ ତାରିଖରେ ଗିରଫ କରିଥିଲା । ଡିସେମ୍ବର ୨୫ ତାରିଖରେ ଦୈତାରୀ ପୁଲିସ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । କେନ୍ଦୁଝର ସେସନ୍ କୋର୍ଟରେ ମାମଲାର ଶୁଣାଣିବେଳେ ୫ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । କେନ୍ଦ୍‌ୁଝର ସେସନ୍ ଜଜ୍ ଅଭିଯୁକ୍ତ ରଞ୍ଜନ ଜୁଆଙ୍ଗକୁ ଦୋଷୀ ସାବ୍ୟସ୍ତ କରି ୨୦୦୯ ଜୁନ ୩୦ରେ ତାକୁ ଆଜୀବନ ଦଣ୍ଡାଦେଶ ପ୍ରଦାନ କରିଥିଲେ । ନିମ୍ନ ଅଦାଲତଙ୍କ ଏପରି ଆଦେଶକୁ ବିରୋଧ କରି ଅଭିଯୁକ୍ତ ଜଣକ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍ ଓ ବିଚାରପତି ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ଖାରଜ କରିବା ସହ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *