ବିଚାରାଧୀନ କଏଦୀଙ୍କୁ ନିର୍ଯାତନା, ଜେଲ୍‌ରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି

ଭୁବନେଶ୍ୱର :ଝାରପଡା ସ୍ୱତନ୍ତ୍ର ଜେଲରେ ଅଭିଯୁକ୍ତ ତଥା ବିଚାରଧୀନ କଏଦୀଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ୱାର୍ଡରମାନେ ସଂଘବଦ୍ଧ ଭାବେ ମାଡ ମାରୁଛନ୍ତିି । ଏନେଇ ଝାରପଡା ଲେରେ ଥିବା ବିଚାରଧୀନ କଏଦୀ ରାକେଶ ବେହେରା ଜେଲରୁ ଫେରିଥିବା ଜଣେ ଛାତ୍ରନେତା ତଥା ବାଣୀବିହାରର ପୂର୍ବତନ ସଭାପତି ମହେଶ ପ୍ରସାଦଙ୍କ ଜରିଆରେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସେ କଏଦୀମାନଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାରୁ ଘଟଣାର ତଦନ୍ତ କରାଯିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଏନେଇ ମହେଶ ପ୍ରସାଦ ଶନିବାର ଏକ ଖବରଦାତା ସମ୍ମିଳନୀରେ ଡକାଇ ଜେଲର କଳାକାହାଣୀ ବଖାଣିଛନ୍ତି ।

ଅଭିଯୁକ୍ତ ରାକେଶ ବେହେରାଙ୍କ ଅଭିଯୋଗ ଅନୁସାରେ, ୨୦୨୦ ନଭେମ୍ବର ୧୧ରେ ଜେଲ ଭିତରେ ଓକିଲଙ୍କୁ ଫୋନ କରିବାକୁ ଅପେକ୍ଷା କରିଥିଲେ । ପ୍ରଥମ ଥର ରିଙ୍ଗ ହୋଇଥିଲେ ମଧ୍ୟ କେହି ଫୋନ ଉଠାଇନଥିଲେ । ଫଳରେ ଦ୍ୱିତୀୟ ଥର କଲ କରିଥିଲି । ରିଙ୍ଗ ହେଉଥିବାବେଳେ ୱାର୍ଡର ଜୟପ୍ରକାଶ ପ୍ରଧାନ ଫୋନ ଛଡାଇନେଲେ । ଏହାକୁ ବିରୋଧ କରିବାକୁ ତାଙ୍କୁ ସର୍ବ ସମ୍ମୁଖରେ ୱାର୍ଡର ମାଡ ମାରିଥିଲେ । ଏପରିକି ତାଙ୍କୁ ନିମ୍ନ ଜାତିର ବୋଲି ଆକ୍ଷେପ ମଧ୍ୟ କରିଥିଲେ । ମାଡ ଭୟରେ ସେ ନିଜ ୱାର୍ଡକୁ ପଳାଇ ଯିବାରୁ ୮ରୁ ୧୦ଜଣ ୱାର୍ଡର ୱାର୍ଡକୁ ଆସି ତାଙ୍କୁ ମାଡ ମାରିଥିଲେ । ଫଳରେ ଏପର୍ଯ୍ୟନ୍ତ ଅର୍ଥାତ ୫ମାସ ପରେ ମଧ୍ୟ ବାମ ହାତ ଠିକଭାବେ କାମ କରୁନାହିଁ । ବାମ ହାତ, ଡାହାଣ ହାତ ଓ ପିଠିରେ ମାଡ ଦାଗ ରହିଛି । ଯାହାକି ଏବେ ଅନୁଧ୍ୟାନ କରାଯିବାକୁ ରାକେଶ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗତ ନଭେମ୍ବର ୧୪ ରାତି ସାଢେ ୭ଟାରେ ତାଙ୍କୁ ହସ୍ପିଟାଲ ନେଇଥିଲେ ଓ ଏକ ନିର୍ଦ୍ଦିଷ୍ଟ ଓøଷଧ ଖାଇବାକୁ ବାଧ୍ୟ କରିଥିଲେ । ମନା କରିବାରୁ ତାଙ୍କୁ ଜେଲ ଭିତରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ବିଦ୍ୟୁତ୍ ସକ୍ ସହ ଇଞ୍ଜେକସନ ଦେଇଦେବାକୁ ଧମକ ଦେଇଥିଲେ । ଏହାଦ୍ୱାରା ଜଣେ କଏଦୀର ମାନସିକ ସ୍ଥିତି କିପରି ପରିବର୍ତ୍ତନ ହେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହିପରି ନିର୍ଯାତନା ଦ୍ୱାରା ଜଣେ କଏଦୀର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ତାଙ୍କ ପରି ଅନ୍ୟ କଏଦୀଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଛି । ତାଙ୍କୁ ୱାର୍ଡରମାନେ ମାଡ ମାରିଥିବାବେଳେ ଅନ୍ୟ ଅଭିଯୁକ୍ତ ଜିତୁ ରଞ୍ଜନ ଖଟେଇ, ରାକେଶ ମହାନ୍ତି, ଗୋପୀନାଥ ନାୟକ, ଲିଙ୍ଗରାଜ ବାରିକ ପ୍ରତ୍ୟକ୍ଷଦର୍ଶୀ ରହିଛନ୍ତି ।

ଏହି ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମାନବିକ ଅଧିକାର ରକ୍ଷା କରିବାକୁ ରାକେଶ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠରେ ଉଲ୍ଲେଖ କରିଛନ୍ତି ।
ଅନ୍ୟପଟେ, ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଝାରପଡା ଜେଲ ସୁପରିଟେଣ୍ଡେ ଧିରେନ୍ଦ୍ରନାଥ ବାରିକ । ସେ କହିଛନ୍ତି, ଅଭିଯୁକ୍ତ ରାକେଶ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ବରଂ ରାକେଶ ୫ମାସ ତଳେ ୱାର୍ଡର ଜୟପ୍ରକାଶଙ୍କୁ ଆକ୍ରମଣକରି ମୁହଁକୁ ମୁଥ ମାରିଥିଲେ । ଏନେଇ ଳକ୍ଷ୍ମୀସାଗର ଥାନାରେ ଅଭିଯୋଗ ମଧ୍ୟ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *