ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲା : ପୁରସ୍କାର ସ୍ଥଗିତ ରଖିଲେ ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାର ଶୁଣାଣି ହୋଇଛି। ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ ରଖିଲେ ହାଇକୋର୍ଟ । ଡିିସେମ୍ବର ୧୪ ତାରିଖରେ ଆୟୋଜନ ହେବାକୁ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ‌ହାଇକୋର୍ଟ ସ୍ଥଗିତ ରଖିଛନ୍ତି । କୋର୍ଟ ପୁରସ୍କାର ପ୍ରଦାନ ପୁନଃ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଜାନୁଆରି ୭ ସୁଦ୍ଧା ପୁନଃ ବିଚାର କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୩୧ତମ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଓ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର-୨୦୧୯ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଥିବା ବେଳେ ‘ଛବିରାଣୀ’ ଚଳଚ୍ଚିତ୍ର ପାଇଁ ଆବେଦନକାରୀ ନିୟମ ଅନୁସାରେ ଦରଖାସ୍ତ ଦାଖଲ କରିଥିଲେ। ୨୦୨୧, ନଭେମ୍ବର ୫ରେ ୩୧ତମ ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୂଡ଼ାନ୍ତ ଚୟନ ତାଲିକା ପ୍ରକାଶ ପାଇଥିଲା। ୨୭ଟି ବର୍ଗରେ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଆବେଦନକାରୀଙ୍କ ଚଳଚ୍ଚିତ୍ର କିନ୍ତୁ ଗୋଟିଏ ବି ବର୍ଗରେ ସ୍ଥାନ ପାଇ ପାରି ନଥିଲା। ସମଗ୍ର ଚୟନ ପ୍ରକ୍ରିୟାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରି ପ୍ରକାଶିତ ବିଜ୍ଞପ୍ତିରେ କେବଳ ଓଡ଼ିଆ ଭାଷା ଓ ଓଡ଼ିଆ ଜନଜାତି ଭାଷାରେ ରାଜ୍ୟରେ ନିର୍ମିତ ମୌଳିକ ଚଳଚ୍ଚିତ୍ର ଗୁଡିକୁ ପୁରସ୍କାର ପାଇଁ ବିଚାରକୁ ନିଆଯିବ ବୋଲି ସ୍ପଷ୍ଟ କରାଯାଇଥିଲା। କିନ୍ତୁ ବିଦେଶୀ ଚଳଚ୍ଚିତ୍ର ଓ ଅନ୍ୟ ରାଜ୍ୟର ଚଳଚ୍ଚିତ୍ର ଅନୁକରଣରେ ନିର୍ମିତ ଚଳଚ୍ଚିତ୍ରକୁ ପୁରସ୍କାର ପାଇଁ ଚୟନ କରାଯାଇଥିବା ସ୍ପଷ୍ଟ ହୋଇଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କୋରିଆର ‌‘ହୋପ’ ନାମକ ଫିଲ୍ମର ରିମେକ୍ ବୋଲି ଜଣାପଡିଥିବା ଏକ ଚଳଚ୍ଚିତ୍ରକୁ ୫ଟି ବର୍ଗରେ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ଏଥିସହିତ ପଞ୍ଜାବୀ ଫିଲ୍ମ ‘କ୍ୟାରି ଅନ୍ ଜଟ୍ଟା’କୁ କପି କରି ନିର୍ମିତ ଓଡ଼ିଆ ଚଳଚ୍ଚିତ୍ରକୁ ମଧ୍ୟ ରାଜ୍ୟ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏପରି କପି କରି ତିଆରି କରାଯାଇଥିବା ଚଳଚ୍ଚିତ୍ରକୁ ରାଜ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇ ଓଡ଼ିଶା ରାଜ୍ୟ ପୁରସ୍କାର ପାଇଁ ରହିଥିବା ନିୟମାବଳୀ ଉଲ୍ଲଂଘନ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି।

ଏଥିସହିତ ପୁରସ୍କାର ପାଇଁ ଗଠନ କରାଯାଇଥିବା ଚୟନ କମିଟିରେ ସ୍ଥାନ ପାଇଥିବା ନିର୍ଦ୍ଦିଷ୍ଟ ସଦସ୍ୟଙ୍କ ଯୋଗ୍ୟତା ପ୍ରସଂଗରେ ମଧ୍ୟ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କୁ ଚୟନ କମିଟିରେ ନିଆଯାଇଛି। ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ ବେଳେ କେତେକ ପ୍ରସଂଗରେ ଜୁରୀମାନେ ମନଇଚ୍ଛା ନିଷ୍ପତ୍ତି ନେଇଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ଆଉ ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଫିଚର ଫିଲ୍ମ ଭାବେ ଥିଏଟରରେ ମୁକ୍ତିଲାଭ କରିଥିବା ଏକ ଚଳଚ୍ଚିତ୍ରକୁ ରାଜ୍ୟ ଟେଲି ଆୱାର୍ଡ ପାଇଁ ପ୍ରକାଶିତ ଚୟନ ତାଲିକାରେ ସ୍ଥାନ ଦିଆଯାଇଛି। ଏହା କେବଳ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ନିୟମ ନୁହେଁ ରାଜ୍ୟ ଟେଲି ଆୱାର୍ଡ ନିୟମାବଳୀର ମଧ୍ୟ ଉଲ୍ଲଂଘନ କରୁଛି। ବ୍ୟାପକ ଅନିୟମିତତା ପାଇଁ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସଂପର୍କିତ ଚୟନ ତାଲିକାକୁ ରଦ୍ଦ କରାଯାଉ। ସାନି କମିଟି ଗଠନ କରାଯାଇ ୩୧ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୯ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *