ତାମିଲନାଡୁରେ ବର୍ଷା ସ୍ଥିତି ଅସମ୍ଭାଳ : ୨୦ଟି ଜିଲ୍ଲାକୁ ରେଡ୍ ଆଲର୍ଟ,ଏପର୍ଯ୍ୟନ୍ତ ୧୪ ମୃତ, ଲକ୍ଷାଧିକ ଜଳବନ୍ଦି

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସମଗ୍ର ତାମିଲନାଡୁ ସମେତ ପଡୋଶୀ ପୁଡୁଚେରୀରେ ବର୍ଷା ବିତ୍ପାତ ଥିମିବାର ନାଁ ଧରୁନାହିଁ । ବର୍ଷା ଯୋଗୁଁ ତାମିଲନାଡୁ ରାଜଧାନୀ ଚେନ୍ନାଇ ଅବସ୍ଥା ସବୁଠାରୁ ଶୋଚନୀୟ ହୋଇପଡିଛି । ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡିଥିବାବେଳେ ଲକ୍ଷାଧିକ ଲୋକ ଏବେମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବୁଧବାର ଓ ଗୁରୁବାର ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି । ଏହି ପରିପ୍ରେକ୍ଷୀରେ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଚେନ୍ନାଇ ସମେତ ୨୦ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ବର୍ଷା ଯୋଗୁଁ ତାମିଲନାଡୁରେ ଏପର୍ଯ୍ୟନ୍ତ ୧୪ ଜଣ ପ୍ରାଣ ହରାଇଥିବାବେଳେ ବିଗତ ପାଞ୍ଚଦିନ ଧରି ୯ଟି ପ୍ରଭାବିତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି । ତାମିଲନାଡୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୬ଟି ଜିଲ୍ଳା ଯଥା ଥୁତୁକୁଡି, ଭିଲ୍ଲିପୁରମ, ତିରୁନେଲଭେଲି, ନାଗପଟ୍ଟିନମ, କୁଡାଲୋର ଓ ଚେଙ୍ଗଲପାଟ୍ଟୁ ନିମନ୍ତେ ବନ୍ୟା ମାର୍ଗଦର୍ଶିକା ଜାରି କରାଯାଇଛି । ଚେନ୍ନାଇ ବିମାନବନ୍ଦର ଜଳମଗ୍ନ ରହିଥିବାରୁ ବିମାନସେବା ବାଧାପ୍ରାପ୍ତ ହୋଇଛି । ଉଦ୍ଧାର କାର୍ଯ୍ୟରେ ରାଜ୍ୟ ପୁଲିସ ଓ ଏନ୍‌ଡିଆରଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ ଅସୁବିଧା ଭୋଗୁଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଇତିମଧ୍ୟରେ ବର୍ଷା ପ୍ରଭାବିତ ଅଞ୍ଚଳ ଗସ୍ତକରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିବା ପ୍ରକାଶ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *