ପ୍ରେମିକର ବ୍ଲାକମେଲରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲା ପ୍ରେମିକା

କଟକ : ମମି ବାପା ଆଈ ଆମ୍ ସରି…ମୁଁ ଆଉ ପାରୁନି…ମୋ ମରିବା ପାଇଁ ସିପୁନ ଦାୟୀ । ସେ ମୋତେ ବ୍ଲାକମେଲ କରୁଛି… । ଭାଇ ବାପା ମାଆଙ୍କୁ ମାରିଦେବାକୁ କହୁଛି… । ସେ ମୋତେ ଶାନ୍ତିରେ ରଖେଇ ଦେବନି… । ଆଈ ଆମ ସରି ବାପା ମାଆ…ତାକୁ କଠୋରରୁ କଠୋର ଦଣ୍ଡ ଦେବ… । ମରିବା ପୂର୍ବରୁ ଏଭଳି କିଛି ଲେଖି ଜଣେ ମେଧାବୀ ଛାତ୍ରୀ ବେକରେ ରସି ଲଗାଇ ଝୁଲି ପଡିଥିଲେ । ଏଭଳି ଅଭାବନୀୟ ଘଟଣା କଟକ ସାଲେପୁର ନିକଟ ବାରିଓଳସୁନାଖଣ୍ଡି ଗାଁର ଘଟିଛି ।

ସୂଚନା ଅନୁଯାୟୀ, ଫାର୍ମାସି ମେଧାବୀ ଛାତ୍ରୀ ସ୍ୱୟଂପ୍ରଭା ବେହେରା ଚଳିତ ବର୍ଷ ବିଫାର୍ମ ପରୀକ୍ଷାରେ ସାଲେପୁର ଫାର୍ମାସି କଲେଜରେ ଟପ୍ପର ହୋଇଥିଲେ । ପାଠରେ ଏକଦମ୍ ମେଧାବୀ ଛାତ୍ରୀ ଥିଲେ ସେ । ବଡ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଗତ ୯ ତାରିଖରେ ହଠାତ୍ ଘରେ ବେକରେ ରସି ଲଗାଇ ଝୁଲିପଡିଲେ ସ୍ୱୟଂପ୍ରଭା । ନିଜ ଘରେ ଫ୍ୟାନରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ ମେଧାବୀ ଛାତ୍ରୀ ସ୍ୱୟଂପ୍ରଭା । ଘଟଣା ଗତ ୯ ତାରିଖରେ ହୋଇଥିଲେ ବି ତଦନ୍ତରେ ବିଳମ୍ବ କଲା ପୋଲିସ ।

୧୮ ତାରିଖରେ କେସ ଫାଇଲ୍ କରିବା ଓ ଅଭିଯୁକ୍ତକୁ ଧରିବାରେ ବିଳମ୍ବ ହେବା ହେତୁ ସାଲେପୁର ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଏକ ଲିଖିତ ଅଭିଯୋଗପତ୍ର ମୃତକଙ୍କ ବାପା ସାଲେପୁର ଏସ୍‌ଡିପିଓଙ୍କୁ ଦେଇଥିଲେ । ଝିଅର ସୁଇସାଇଡ୍ ନୋଟକୁ ପୋଲିସକୁ ହସ୍ତାନ୍ତର କରିଥିଲେ ମୃତ ଛାତ୍ରୀଙ୍କ ବାପା । ତେବେ ଆଜି ଅଭିଯୁକ୍ତ ସିପୁନକୁ ସାଲେପୁର ପୋଲିସ କେନ୍ଦ୍ରାପଡ଼ା ଚାନ୍ଦୋଳ ନିକଟରୁ ଧରିବାରେ ସଫଳ ହୋଇଛି । ତା’ଠାରୁ ତାର ମୋବାଇଲ ଜବତ କରିବା ନେଇ ସାଲେପୁର ଏସ୍‌ଡିପିଓ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *