ହେଲମେଟ୍ କିଣୁଛନ୍ତି କି ? ସାବଧାନ…

ନୂଆଦିଲ୍ଲୀ: ଏଣିକି ହେଲମେଟ୍ କିଣିବାବେଳେ ସତର୍କ ହୁଅନ୍ତୁ । ଦେଶରେ ବିନା ଆଇଏସଆଇ ମାର୍କ ଥିବା ହେଲମେଟ୍ ଉପରେ ବିକ୍ରୟ ଓ କ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ଏହି ନୂଆ ନିୟମ ଜୁନ୍ ପହିଲାରୁ ଲାଗୁ ହୋଇଛି । ଯଦି ଆପଣ ବିନା ବିଆଇଏସ ସାର୍ଟିଫିକେଟ୍ର ହେଲମେଟ୍ ପିନ୍ଧି ବାହାରକୁ ଯାଉଛନ୍ତି ତେବେ ଟ୍ରାଫିକ୍ ପୋଲିସ୍କୁ ଆପଣଙ୍କ ଠାରୁ ଚାଲାଣ କାଟିପାରେ । ଏହିପରି ହେଲମେଟ୍ କିଣିବା ଓ ବିକ୍ରି କରିବା ଉପରେ ଜୋରିମାନା ଓ ଦଣ୍ଡ ମଧ୍ୟ ହୋଇପାରେ । ବାସ୍ତବରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୦ ନଭେମ୍ବର ୨୬ରେ ଦୁଇଚକିଆ ମୋଟର ଯାନ ଚାଳକଙ୍କ ପାଇଁ ହେଲମେଟ୍ ନିର୍ଦ୍ଦେଶ ଜାରି କରିଥିଲେ । ଏଥିରେ ସମସ୍ତ ଦୁଇ ଚକିଆ ହେଲମେଟ୍ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଦ୍ୱାରା ପ୍ରମାଣିତ ହେବା ବାଧ୍ୟତାମୂଳକ କରାଯାଇଥିଲା ।

ଏହି ନୂଆ ନିୟମ ୬ମାସର ଅବଧି ସମାପ୍ତ ହେବା ପରେ ଏହି ନିୟମ ଜୁନ୧ରୁ କାର୍ଯ୍ୟକାରୀ ହୋଇଛି । ନୂଆ ନିୟମ ଅନୁଯାୟୀ ହେଲମେଟ୍ରେ ଆଇଏସଆଇର ମାର୍କ ରହିବା ଉଚିତ୍ ଯାହାକି ଏହା ସୁରକ୍ଷାମାନ ଦଣ୍ଡକୁ ପୂର୍ଣ୍ଣ କରିବା ଉଚିତ୍ । ତେଣୁ ବାଇକ୍ ଆରେହୀଙ୍କ ପାଇଁ ଏହା ଆବସ୍ୟକ ହୋଇଛି ଯେ ସେମାନେ କିଣୁଥିବା ହେଲମେଟ୍କୁ ସମସ୍ତ ମାନଦଣ୍ଡ ପୂରଣ କରୁଛି କି ନାହିଁ ତାହା ଯାଞ୍ଚ କରାଯିବା ଉଚିତ୍ । ବିନା ଆଇଏସଆଇ ମାର୍କର ହେଲମେଟକୁ ନକଲି ବିବେଚନା କରାଯିବ । ବର୍ତ୍ତମାନ ଦେଶରେ କେବଳ ବିଆଇଏସ୍ ଓ ଆଇଏସଆଇ ମାର୍କ ଥିବା ହେଲମେଟ୍ ବିକ୍ରି କରିବାକୁ ଅନୁମତି ଦିଆଯିବ । ଯଦି କୌଣସି ବ୍ୟକ୍ତି ଆଇଏସଆଇ ମାର୍କ ବିନା ହେଲମେଟ୍ ତିଆରି କରନ୍ତି, ଏହାର ବିକ୍ରି ଓ କିଣିବାର ଦେଖାଯାଏ ତେବେ ତାଙ୍କୁ ଏକ ବର୍ଷର ଜେଲ ଦଣ୍ଡ କରାଯାଇପାରେ ଓ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ଜୋରିମାନା କରାଯାଇପାରେ । ଏହି ଜୋରିମାନା ମଧ୍ୟ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *