ପ୍ଲେନ୍ ସହ ହେଲିକପ୍ଟର ମୁହାଁମୁହିଁ ଧକ୍କା : ୨ ମୃତ

ୱାଶିଂଟନ୍‌: ପ୍ଲେନ୍ ସହ ମୁହାଁମୁହିଁ ଧକ୍କା ହେଲା ହେଲିକପ୍ଟର । ଆମେରିକାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ଆମେରିକାର ଆରିଜୋନା ବିମାନବନ୍ଦରର ନିକଟସ୍ଥ ଆକାଶମାର୍ଗରେ ଏକ ବିମାନ ଏବଂ ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛି ।ଏହି ଦୁର୍ଘଟଣା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହେଲିକପ୍ଟରଟି ଛିଟ୍‌କି ଏକ ପଡିଆରେ ପଡିଯାଇଥିଲା । ହେଲେ ଧକ୍କା ହେବା ପରେ ସିଙ୍ଗଲ୍ ଇଞ୍ଜିନ୍ ଥିବା ଛୋଟ ପ୍ଲେନ୍‌ଟି ସୁରକ୍ଷିତ ଭାବରେ ଅବତରଣ କରିଛି । ଯାହା ପରେ ପ୍ଲେନ୍‌ରେ ଥିବା ପାଇଲଟ୍ ଓ ଆସିଷ୍ଟାଣ୍ଡ ପାଇଲଟ ଉଭୟ ନିରାପଦ ଭାବରେ ପ୍ଲେନ୍‌ରୁ ବାହାରକୁ ଆସିଥିଲେ । ଘଟଣାସ୍ଥଳରେ ସୁରକ୍ଷାବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ସହ ଜଳିଯାଇଥିବା ହେଲିକପ୍ଟରର ଅଶଂବିଶେଷରୁ ଦୁଇଟି ମୃତ ଦେହକୁ ଉଦ୍ଧାର କରିଥିଲା । ମିଳିଥିବା ଦୁଇଟି ମୃତଦେହ ଚିହ୍ନଟ ପାଇଁ ଉଭୟକୁ ମାରିକୋପା କାଉଣ୍ଟିର ଚିକିତ୍ସା ବିଭାଗ ପଠାଯାଇଛି । ଚାନ୍ଦୋଲର ପୋଲିସର ମ୍ୟାକଲେମନ୍ସଙ୍କ ଅନୁଯାୟୀ, ହେଲିକପ୍ଟରଟିକ୍ୱାଣ୍ଟମ୍ ହେଲିକପ୍ଟର ଦ୍ୱାରା ଏବଂ ବିମାନଟି ‘ଫ୍ଲାଇଟ୍ ଅପରେସନ୍ ଏକାଡେମୀ’ ଦ୍ୱାରା ପରିଚାଳିତ ହୋଇଥିଲା । ଉଭୟ ଫ୍ଲାଇଟ୍ ଟ୍ରେନିଂ ସ୍କୁଲ୍‌ର ଅଟେ । ଫ୍ଲାଇଟ୍ ଅପରେସନ୍ ଏକାଡେମୀର ମାଲିକ ରିଚାର୍ଡ ବେଙ୍ଗୋଆ କହିଛନ୍ତି, ଏହି ଚାରି ସିଟ୍ ବିଶିଷ୍ଟ ପ୍ଲେନ୍‌କୁ କେବଳ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯାଇଥାଏ । ହେଲେ ଦୁର୍ଘଟଣା ସମୟରେ ବିମାନରେ କେବଳ ଦୁଇଜଣ ଥିଲେ । ତେବେ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *