ଓଡିଶାରେ ବର୍ଷା, ୧୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟଦେଇ ଲମ୍ବିଥିବା ଟ୍ରପ୍-ଲାଇନ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହାସହ ଉତ୍ତର ପଶ୍ଚିମ ବିହାରରୁ ଦକ୍ଷିଣ ଛତିଶଗଡ ଯାଏଁ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ ରେଖା ଲମ୍ବିଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ମାଲକାନଗିରି ଏବଂ କୋରାପୁଟ ଆଦି ୧୪ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୭ ଯାଏ ବର୍ଷା ଲାଗି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କାକଟପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଜୁନ ୧ ରୁ ୨୪ ଜୁନ ସୁଦ୍ଧା ଓଡ଼ିଶାରେ ୧୬୨ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ସ୍ବାଭାବିକ ବର୍ଷାର ପରିମାଣ ରହିଛି ୧୫୬ ଦଶମିକ ୧ ମିଲିମିଟର । ଯାହା ସ୍ୱାଭାବିକ ବର୍ଷାଠାରୁ ଅଧିକ । କିଛି ସ୍ଥାନରେ ସ୍ବାଭିକ ବର୍ଷା ହୋଇଥିବାବେଳେ କିଛି ଅଞ୍ଚଳରେ ନିଅଣ୍ଟିଆ ଥିବା କହିଛି ପାଣିପାଗ ବିଭାଗ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *