ଆଫଗାନିସ୍ତାନ ଏୟାରପୋର୍ଟରେ ହୃଦୟ ବିଦାରକ ଦୃଶ୍ୟ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତାଲିବାନୀ ଭୟରେ ହଜାର ହଜାର ଲୋକ ଆଫଗାନ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ ଭିଡ଼ ଜମାଇଛନ୍ତି । କିନ୍ତୁ କାବୁଲର ହମିଦ କରଜାଇ ଏୟାରପୋର୍ଟକୁ ନିଜ ନିୟନ୍ତ୍ରଣରେ ରଖିଥିବା ଆମେରିକା ଓ ବ୍ରିଟିଶ ସେନା ନିରୂପାୟ । ସେମାନେ ଚାହିଁଲେ ମଧ୍ୟ ଏତେ ଲୋକଙ୍କୁ ବିମାନରେ ନେଇପାରୁ ନାହାନ୍ତି । ଏସବୁ ଭିତରେ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି । ନିଜ ଛୁଆର ଜୀବନ ବଞ୍ଚାଇବାକୁ ବାପା ମା’ ମାନେ ସେନା ଆଗରେ ନେହୁରା ହେବାରେ ଲାଗିଛନ୍ତି ।

କାବୁଲ ଏୟାରପୋର୍ଟରେ ତାର ଜାଲି ଓ ପାଚେରୀର ଗୋଟିଏ ପଟେ ନିଜ ପରିବାର ସହ ହଜାର ହଜାର ଲୋକ ରହିଥିବା ବେଳେ ଅନ୍ୟପଟେ ସେନାର ଯବାନମାନେ ରହିଛନ୍ତି । ନିଜ ଛୁଆର ଜୀବନ ବଞ୍ଚାଇବାକୁ ମା’ବାପା କେମିତି ଉକ୍ତ ତାର ବାଡ଼ ଓ ପାଚେରୀ ଏପଟୁ ରହି ଛୁଆମାନଙ୍କୁ ସେନା ଯବାନଙ୍କ ଉପରକୁ ଫିଙ୍ଗି ଦେଉଛନ୍ତି, ତା’ର ଦୃଶ୍ୟ ସାରା ବିଶ୍ୱ ସାମ୍ନାକୁ ଆସିଛି । ସବୁ ବାପା ମା’ଙ୍କ ତୁଣ୍ଡରେ ଗୋଟିଏ କଥା, ଆମେ ପଛେ ମରି ଯାଉ, ଆମ ଛୁଆର ଜୀବନ ବଞ୍ଚାଇ ଦିଅ । ତାଲିବାନୀମାନେ ଆମକୁ ଆଉ କିଛି ଦିନ ଭିତରେ ମାରିଦେବେ । ଏହାପୂର୍ବରୁ ଆମ ଛୁଆକୁ ଆପଣ(ସେନା ଯବାନ) ଯେକୌଣସି ବିମାନରେ ସୁରକ୍ଷିତ ସ୍ଥାନକୁ ପଠାଇ ଦିଅନ୍ତୁ ।

 

ଲୋକଙ୍କ ଏହି କରୁଣ ନିବେଦନ ଶୁଣି କିଛି ସେନା ଯବାନ ଛୋଟ ପିଲାମାନଙ୍କୁ ଏୟାରପୋର୍ଟ ଭିତରକୁ ପାଚେରୀ ଓ ତାର ବାଡ଼ ପଟେ ନେଉଥିବା ଦେଖିବାକୁ ମିଳିଛି । ଆଉ ଏକ ଭିଡିଓରେ ମହିଳାମାନେ ତାର ବାଡ଼ ଫାଙ୍କରେ ସେନା ଯବାନଙ୍କୁ କାନ୍ଦିକାନ୍ଦି ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି । ଆମକୁ ରକ୍ଷା କର..ଆମକୁ ରକ୍ଷା କର । ତାଲିବାନୀ ଆମ ପଛରେ ପଡ଼ିଛନ୍ତି । ସେମାନେ ଆମକୁ ମାରିଦେବେ ବୋଲି ସେମାନେ କହୁଥିବା ଶୁଣିବାକୁ ମିଳିଛି । ସମସ୍ତେ ବିମାନରେ ବସି ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହୁଁଥିଲେ ହେଁ ଏଯାଏ ଏହା ସମ୍ଭବ ହୋଇପାରି ନାହିଁ । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କାବୁଲର ହାମିଦ କରଜଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଆମେରିକା, ବ୍ରିଟେନ ଓ ଆଉ କିଛି ଦେଶର ସେନା ବ୍ୟାରିକେଡିଂ କରିଛନ୍ତି । ଏହାରି ଭିତରେ ହଜାର ହଜାର ଆଫଗାନୀ ବିମାନବନ୍ଦର ଭିତରକୁ ପ୍ରବେଶ କରିବାକୁ ସେନା ଆଗରେ ଗୁହାରି କରୁଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *