ପଜିଟିଭ୍ ରେଟ୍ ୫ ପ୍ରତିଶତରୁ କମ୍ ଥିବା ଜିଲ୍ଲାରେ କୋହଳ ହୋଇପାରେ କଟକଣା

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଥମିଛି । ରାଜ୍ୟରେ ସଂକ୍ରମଣ ମାମଲା କମୁଥିବା ବେଳେ ଦୈନିକ ମୃତ୍ୟୁ ୪୦ ଉପରେ ରହୁଛି । ଏହାରି ଭିତରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି । ସ୍ଵାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ତୃତୀୟ ଲହର ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ଆସିପାରେ । କରୋନାର ତୃତୀୟ ପ୍ରବାହରେ ଶିଶୁ ମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଛୋଟ ଶିଶୁ ମାନଙ୍କର ଚିକିତ୍ସା ଅନ୍ୟ ରୋଗୀଙ୍କ ଅପେକ୍ଷା ଭିନ୍ନ ହୋଇଥିବାରୁ ସେମାନଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ। ସେଥିପାଇଁ ଏବେଠୁ ଡାକ୍ତର ମାନଙ୍କୁ ଟ୍ରେନିଂ ଦେବା ସହ ଜେନେରାଲ ଓ ଆଇସିୟୁ ବେଡ୍ ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ କହିଛନ୍ତି, କରୋନାର ତୃତୀୟ ଲହରରେ ଶିଶୁମାନେ ବିଶେଷ ପ୍ରଭାବିତ ହେବେ କି ନାହିଁ ସେନେଇ କୌଣସି ତଥ୍ୟ ନାହିଁ । ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ମାମଲା କମୁଥିବାରୁ କଟକଣା କୋହଳ ନେଇ ବିଚାର ଚାଲିଛି । ଯେଉଁ ଜିଲ୍ଲାରେ ଟେଷ୍ଟ ପଜେଟିଭ ରେଟ୍ ୫ ପ୍ରତିଶତରୁ ତଳେ ରହିଛି ସେଠି ଅନଲକ୍ ପକ୍ରିୟାକୁ ଯାଇ କଟକଣାରେ କିଛିଟା କୋହଳ କରିବାକୁ ବିଚାର ବିମର୍ଶ ଚାଲିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *