ଛତିଶଗଡ଼ ଫେରନ୍ତା ଜଣେ ସଂକ୍ରମିତଙ୍କ ଠାରୁ ୩୦ ଜଣ ସଂକ୍ରମିତ ହେଉଛନ୍ତି

ଭୁବନେଶ୍ୱର: ବାହାର ଲୋକ ସଂକ୍ରମଣ ନେଇକି ଆସିଛନ୍ତି । ଛତିଶଗଡ଼ରୁ ଯେଉଁମାନେ ଆସିଛନ୍ତି, ଜଣଙ୍କ ଠାରୁ ୩୦ ଜଣ ସଂକ୍ରମିତ ହେଉଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କରୋନା ଡ୍ରପ୍‌ଲେଟ୍ ବାୟୁ ମଣ୍ଡଳରେ ବୁଲୁଛି । ନିହାତି କାମ ନଥିଲେ ବାହାରକୁ ବାହାରନ୍ତୁନି । ୯ ବେଳେ କର୍ଫ୍ୟୁ ଅଛି ଭାବି ତା’ପୂର୍ବରୁ ଭିଡ଼ ଜମାନ୍ତୁ ନାହିଁ ।  ଅମାନିଆଙ୍କ ଲାଗି ସଂକ୍ରମଣ ବଢ଼ୁଛି । ସମୟ ଆସିଛି ସମ୍ପୂର୍ଣ୍ଣ ସତର୍କ ଓ ଦାୟିତ୍ୱବାନ ହେବାର ।

ପଜିଟିଭ ସଂଖ୍ୟା ବଢ଼ିଲେ ତାକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ। ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନିବାକୁ ନିବେଦନ କରିଛନ୍ତି ଶ୍ରୀ ପାଣିଗ୍ରାହୀ । ପ୍ରତ୍ୟେକ ଦିନ ତଳସ୍ତରରୁ ମନିଟର କରୁଛୁ । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କରୋନା ଚେନ୍ ଭାଙ୍ଗିବାକୁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ଆଜିଠୁ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *