ଚିନ୍ତା ବଢ଼ାଉଛି ସୀମାନ୍ତ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବଂ ଏହାର ମୁକାବିଲା ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଆମେ ନୂଆପଡା ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖୁଛୁ । କାରଣ ପୁଣି ଥରେ ଛତିଶଗଡ଼ରେ ସଂକ୍ରମଣ ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ସୀମାରେ ଯଦିଓ ସେଭଳି କିଛି ଦରକାର ନାହିଁ, ମାତ୍ର ଆମେ ତାହା ପାଇଁ ବି ସଜାଗ ରହିଛୁ । କୋହଳ କରିବା ପରେ ବି କିଛି ଟା କଟକଣା ରଖିବାକୁ ହେବ । ସବୁ ତଥ୍ୟକୁ ଅନ୍‌ଲାଇନ୍ କରାଯାଇ ସରକାରଙ୍କୁ ଦିଆଯାଉଛି । ସରକାର ଯଥା ସମୟରେ ଠିକ ପଦକ୍ଷେପ ନେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ରାଜ୍ୟର ବହୁ ଜିଲ୍ଲାରେ ସଂକ୍ରମଣ କମିଥିଲେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କଟକ, ଭୁବନେଶ୍ୱର, ବାଲେଶ୍ଵର, ମୟୂରଭଞ୍ଜ ଭଳି ଜିଲ୍ଲାରେ ସଂକ୍ରମଣ ଟିକିଏ ଅଧିକ ରହୁଛି । ତେଣୁ ତାହା ଆମକୁ ପଦକ୍ଷେପ ନେବାକୁ ପଡ଼ିବ । ଵିଶେଷ କରି ଭୁବନେଶ୍ୱର ଓ କଟକର ସଂକ୍ରମଣ କେମିତି କମିବ ତାହା ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ସଂକ୍ରମଣ ବଢିବାର ମୁଖ୍ୟ କାରଣ ହେଉଛି ବାହାର ଲୋକଙ୍କ ଯାତାୟାତ ଓ କିଛି ସ୍ଥାନରେ ଲୋକଙ୍କ ଭିଡ଼ ଯାହା ହେବା କଥା ନୁହେଁ । ମହାମାରୀରେ ଏମିତି ପ୍ରବାହ  ଆସେ । ଯେହେତୁ ମ୍ୟୁଟେସନ ହେଉଛି ତେଣୁ ଏହା କମିବା ବଦଳରେ ବଢୁଛି ବା ସ୍ଥିର ରହୁଛି । ମାତ୍ର ତୃତୀୟ ଲହର ଆସୁ ନ ଆସୁ ଆମେ ସର୍ଭିଲାନ୍ସ ଓ ଟିକାକରଣ ଜାରି ରହିବ ଟ୍ରିଟମେଣ୍ଟ କ୍ଷମତାକୁ ମଧ୍ୟ ବଢ଼ାଯିବ ବୋଲି ସେ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *