ବନ୍ଧାହେଲେ ରସିକିଆ ପ୍ରଧାନଶିକ୍ଷକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚନ୍ଦ୍ରପୁରର ଜଣେ ସରକାରୀ ସ୍କୁଲ ପ୍ରଧାନଶିକ୍ଷକ ସାତଜଣ ଛାତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ପକ୍ସୋ ଆକ୍ଟ ଜରିଆରେ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି । ଛାତ୍ରୀମାନଙ୍କ ଅଭିଯୋଗ କ୍ରମେ ଗ୍ରାମବାସୀ ଶିକ୍ଷକଙ୍କୁ ସ୍କୁଲରେ ବନ୍ଧକ ରଖି ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ନାବାଳିକା ଛାତ୍ରୀମାନଙ୍କ କହିବାନୁସାରେ, ପ୍ରଧାନଶିକ୍ଷକଙ୍କ ଏଭଳି କାମ ଅନେକଦିନ ହେବ ଚାଲି ଆସୁଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଅଞ୍ଚଳରେ ଯେଉଁ ସମୟରେ ‘ବେଟି ବଚାଓ ବେଟି ପଢ଼ାଓ’କୁ ନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା ସେ ସମୟରେ ଏଭଳି କାମ କରିଥିଲେ ପ୍ରଧାନଶିକ୍ଷକ । ମହାରାଷ୍ଟ୍ର ସରକାରଙ୍କ ଆଦେଶ ପରେ ସୋମବାର ଠାରୁ ସ୍କୁଲ ଆରମ୍ଭ ହେବା ପରଠାରୁ ବଲ୍ଲାରପୁର ତହସିଲର କେମ ତୁକୁମ ଗ୍ରାମର ଜିଲ୍ଲା ପରିଷଦ ସ୍କୁଲରେ ୫୭ବର୍ଷୀୟ ପ୍ରଧାନଶିକ୍ଷକ ଭାଉରାୱ ତୁମଡେ ପଞ୍ଚମଶ୍ରେଣୀ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିଲେ । ଛାତ୍ରୀମାନଙ୍କ ଅଭିଯୋଗ କ୍ରମେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଗ୍ରାମବାସୀମାନେ ବନ୍ଧକ ରଖିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ କରି ପ୍ରଧାନଶିକ୍ଷକଙ୍କୁ ଗିରଫ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *