ପାଟପୁରିଆ ଗାଁରୁ ମାଆ-ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ମାଆ- ଝିଅଙ୍କ ଝୁଲନ୍ତା  ମୃତଦେହ ଉଦ୍ଧାର । ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଥାନା ଅନ୍ତର୍ଗତ ପାଟପୁରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଶିବ ପ୍ରସାଦ ପତିଙ୍କ ପତ୍ନୀ ରାଜଶ୍ରୀ ଏବଂ ସାତ ବର୍ଷର କନ୍ୟା ସୁଶ୍ରୀ ଶ୍ୱେତାଙ୍କୁ ଝୁଲନ୍ତା ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ମୃତ ଘୋଷଣା କଲାପରେ ପୋଲିସ ଉଭୟ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ରାଜଶ୍ରୀଙ୍କ ବାପ ଘର ଲୋକ ଆସିଲା ପରେ ମୃତଦେହ ବ୍ୟବଚ୍ଛେଦ ହେବ ଏବଂ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଖୋର୍ଦ୍ଧା ଆଦର୍ଶ ଥାନା ଇନଚାର୍ଜ ସୂଚନା ଦେଇଛନ୍ତି । ତେବେ ପାରିବାରିକ କଳହ ଯୋଗୁ ଝିଅକୁ ମାରି ରାଜଶ୍ରୀ ନିଜେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *