ଶତ୍ରୁ ଦେଶ ପାକିସ୍ତାନରୁ ଆସୁଥିଲା ୬୦୦ କୋଟି ଟଙ୍କାର ଡ୍ରଗ୍ସ, ଜବତ କଲା ଗୁଜୁରାଟ ଏଟିଏସ

ନୂଆଦିଲ୍ଲୀ: ଗୁଜୁରାଟ ଏଟିଏସକୁ ବଡ ସଫଳତା । ଶତ୍ରୁ ଦେଶରୁ ଆସିଥିବା ୬୦୦ କୋଟିର ଡ୍ରଗ୍ସକୁ ଜବତ କରିଛି ଗୁଜୁରାଟ ଏଟିଏସ । ଗୁଜୁରାଟର ମୋରବୀ ଜିଲ୍ଲାରୁ ଏହି ଡ୍ରଗ୍ସ ଜବତ କରାଯାଇଛି । ସୂଚନା ଅନୁଯାୟୀ, ପ୍ରାୟ ୧୨୦ କିଲୋଗ୍ରାମର ଡ୍ରଗ୍ସ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୬୦୦ କୋଟି ବୋଲି କୁହାଯାଉଛି । ପାକିସ୍ତାନର ଡ୍ରଗ୍ସ ମାଫିଆ ଖାଲିଦ ବକ୍ସଙ୍କ ଏହି ଡ୍ରଗ୍ସ କାରବାରରେ ହାତ ଥିବା କୁହାଯାଉଛି । ପାକିସ୍ତାନରୁ ଏହି ଡ୍ରଗ୍ସ ଭାରତକୁ ଚୋରାଚାଲାଣ କରାଯାଉଥିଲା । ହେଲେ ଏହା ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଏହାକୁ ଜବତ କରିଛି ଗୁଜୁରାଟ ଏଟିଏସ । ୬୦୦ କୋଟି ଟଙ୍କାର ଡ୍ରଗ୍ସ ସହ ୩ ଜଣଙ୍କୁ ଗିରଫ କରାଯାଇଛି ।

ଆଉ ସବୁଠୁ ବଡ କଥା ହେଲା ଏହି ଡ୍ରଗ୍ସ କାରବାରର ମାଷ୍ଟରମାଇଣ୍ଡ ଥିବା ଖାଲିଦର ସମ୍ପର୍କ ଜୈସ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଙ୍ଗଠନ ସହ ଥିବା ଜଣାପଡିଛି । ଏହି ଡ୍ରଗ୍ସ ଚୋରା କାରାବାରର ବ୍ଲୁ-ପ୍ରିଣ୍ଟ ଦୁବାଇରେ ହୋଇଥିଲା । ଦୁବାଇରେ ହିଁ ଭାରତର ଦୁଇ ଡ୍ରଗ୍ସ ମାଫିଆଙ୍କ ସହ ଡିଲ କରିଥିଲା ଖାଲିଦ । ଏହା ପ୍ରଥମଥର ନୁହେଁ, ଏହାପୂର୍ବରୁ ମଧ୍ୟ ଭାରତକୁ ଡ୍ରଗ୍ସ ପଠାଇବାକୁ ଅନେକଥର ଉଦ୍ୟମ କରିଛି ଖାଲିଦ । କେତେବେଳେ ଏଥିରେ ସଫଳ ହୋଇଛି ତ ପୁଣି କେତେବେଳେ ଏଥିରେ ବିଫଳ । ଏହାପୂର୍ବରୁ ଗତ ସପ୍ତାହରେ ପୁଲିସ ଦ୍ୱାରକା ଓ ସୁରଟରୁ ହେରୋଇନ ଓ ନିଶା ଦ୍ରବ୍ୟ ଜବତ କରିଥିଲା । ଆଉ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଦ୍ୱାରକାରୁ ପୋଲିସ ଯେଉଁ ୧୭ କିଲୋ ଡ୍ରଗ୍ସ ଜବତ କରିଥିଲା ତାହାର ଆନୁମାନିକ ମୂଲ୍ୟ ୯୦ କୋଟି ଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *