ବସ୍ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍: ପରିବହନ ମନ୍ତ୍ରୀ

ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି । ପଜିଟିଭିଟି ହାର ୫% କମିଥିବା ‘ଏ’ କାଟେଗୋରୀର ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଛି । ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ଅନୁମତି ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଖୁବଶୀଘ୍ର ଏହି ଜିଲ୍ଲାରେ ବସ ଚଳାଚଳ ପାଇଁ ଗାଇଡଲାଇନ୍ ଆସିବ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ, ‘ବସ୍ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍ । ଆରଟିଓ ଓ ବସ୍ ସଂଘଗୁଡିକୁ ଗାଇଡଲାଇନ୍ ଦିଆଯିବ । ବସରେ ଯେତିକି ସିଟ୍ ଅଛି ସେତିକି ଯାତ୍ରୀ ବସିବେ । ମାସ୍କ ବାଧ୍ୟତାମୂଳକ କରାଯିବ, ସବୁଦିନ ବସକୁ ସାନିଟାଇଜ କରାଯିବ । କିନ୍ତୁ କାଟାଗୋରୀ ବି ଜିଲ୍ଲାରେ ବସ୍ ଚଳାଚଳ କରିବ ନାହିଁ ।’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *