ବ୍ଲାକ ଫଙ୍ଗସ୍ ଔଷଧ ଉପରେ ଲାଗିବନି ଟିକସ : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ବସିଛି । ଏହି ବୈଠକରେ କରୋନା ଟିକା ଉପରେ ୫ ପ୍ରତିଶତ ଜିଏସଟି ହାର ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜିଏସଟି କାଉନସିଲ ବ୍ଲାକ ଫଙ୍ଗସର ଔଷଧ ଉପରେ ଟିକସ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ ଜିଏସଟି କାଉନସିଲ ବା ପରିଷଦ ରେମଡେସିବିର ଔଷଧ ଉପରେ ଜିଏସଟିକୁ ୧୨ ପ୍ରତିଶତରୁ କମାଇ ୫ ପ୍ରତିଶତ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି। ଅକ୍ସିମିଟର, ମେଡିକାଲ ଗ୍ରେଡ୍ ଅମ୍ଳଜାନ ଏବଂ ଭେଣ୍ଟିଲେଟର ଉପରେ ଜିଏସ୍ଟି ହାର ମଧ୍ୟ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

୭୫% ଟିକା ମାଗଣାରେ ଉପଲବ୍ଧ ହେଉଛି

ଅର୍ଥମନ୍ତ୍ରା କହିଛନ୍ତି ଯେ, କେନ୍ଦ୍ର ସରକାର ୭୫ ପ୍ରତିଶତ ଟିକା କିଣୁଛନ୍ତି ଏବଂ ତାହା ଉପରେ ଜିଏସଟି ମଧ୍ୟ ଦେଉଛନ୍ତି। ସରକାରୀ ଡାକ୍ତରଖାନାରେ ଯେଉଁ ୭୫ ପ୍ରତିଶତ ଟିକା ମାଗଣାରେ ଯୋଗାଇ ଦିଆଯାଉଛି ଜନସାଧାରଣଙ୍କ ଉପରେ ଏହାର କୌଣସି ପ୍ରଭାବ ପକାଇବ ନାହିଁ । ସେହିପରି ବୈଦ୍ୟୁତିକ ଚୁଲା ଏବଂ ତାପମାତ୍ରା ଯାଞ୍ଚ ଉପକରଣ ଉପରେ ଜିଏସଟି ୫ ପ୍ରତିଶତକୁ ଏବଂ ଆମ୍ବୁଲାନ୍ସ ଉପରେ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି । ଏହି ହାର ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ରହିବ । ମନ୍ତ୍ରୀ ସମୁହ ବା ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (GOM) ଅଗଷ୍ଟ ସୁଦ୍ଧା ଏଗୁଡିକ ହ୍ରାସ କରିବାକୁ ସୁପାରିଶ କରିଥିଲେ। ଏହା ପୂର୍ବରୁ ୨୮ ମେ’ରେ ହୋଇଥିବା ବୈଠକରେ ପିପିଏ କିଟ୍, ମାସ୍କ ଏବଂ ଟିକା ସମେତ କୋଭିଡ ସହ ଜଡିତ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ଛାଡ କରିବା ପାଇଁ ମନ୍ତ୍ରୀ ସମୁହ ନିଷ୍ପତ୍ତି ନିଆଯାଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *