ଗୋଷ୍ଠୀ ସଂଘର୍ଷ : ୫ ଗିରଫ, ଛୁରୀ, ମାଉଜର୍‌, ଜୀବନ୍ତ ଗୁଳି ଜବତ

ଦିଗପହଣ୍ଡି: ଚଳିତ ମାସ ୧୧ ତାରିଖ ରାତ୍ରରେ ଦିଗପହଣ୍ଡି-ପୋଡାମାରୀ ରାସ୍ତାର ସାଉଥ୍‌କୋ ଡିଭିଜନ୍ କାର୍ଯ୍ୟାଳୟ ନିକଟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଜି ଦିଗପହଣ୍ଡି ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫ଟି ବାଇକ୍ , ଏକ ପିସ୍ତଲ୍‌, ଦୁଇ ଜୀବନ୍ତ ଗୁଳି, ରକ୍ତଭିଜା ରୁପା ଚେନ୍ ଓ ଗୋଟିଏ ଛୁରୀ ଜବତ ହୋଇଛି । ଏନେଇ ଥାନାରେ ଏକ ମାମଲା ଜୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚଲାଣ କରାଯାଇଛି । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ଦିଗପହଣ୍ଡି ଉପକାରାଗାରକୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ହେଲେ ଗଣେଶ ଦୋରା, ସୁଶାନ୍ତ କୁମାର ସାହୁ, ଏସ୍‌.ମିଲନ ଦୋରା, ଆର୍‌.ସୁଶାନ୍ତ ଦୋରା ଓ କୁରେଶୁ ସେଠୀ ।

ଏମାନେ ସମସ୍ତେ ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମର ବୋଲି ଥାନା ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ଘଟଣା ଦିନ ଦିଗପହଣ୍ଡି ଗୋଷ୍ଠୀର ସୁଶାନ୍ତ ଦାସ, କିଶାନ ବେହେରା ଓ କେ.କ୍ଷୀରୋଦ ରେଡ୍ଡୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ସମ୍ପୃକ୍ତ ତିନି ଯୁବକ ଗୁରୁତର ହୋଇଥିଲେ । ପୁଲିସ୍ ସୂଚନା ପ୍ରକାରେ ଘଟଣା ଦିନ ବିଳମ୍ବିତ ରାତ୍ରରେ ଏହି ଦୁଇ ଗୋଷ୍ଠୀ ସମେତ ପ୍ରାୟ ୧୫ ଜଣ ଅସାମାଜିକ ଯୁବକ ସାଉଥ୍‌କୋ ଡିଭିଜନ୍ କାର୍ଯ୍ୟାଳୟ ନିକଟ ଚାଙ୍ଗୁଡି ଦେଇ ପାହାଡ଼ରେ ମେଳି ବାନ୍ଧି ଭୋଜିର ଆୟୋଜନ କରିଥିଲେ । କୌଣସି କାରଣକୁ ନେଇ ଏମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିଲା । ବିଚ୍ ରାସ୍ତା ଉପରେ ଦୁଇ ଅଞ୍ଚଳର ଯୁବକଙ୍କ ମଧ୍ୟରେ ପରସ୍ପରକୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ । ଏ ନେଇ ଦିଗପହଣ୍ଡି ଗୋଷ୍ଠୀର ଏତଲାକୁ ଆଧାରକରି ପୋଲିସ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *