ବେଦୀରେ କନ୍ୟାଙ୍କ ପାଦ ଛୁଇଁଲେ ବର

ନୂଆଦିଲ୍ଲୀ :  ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ପରେ କନ୍ୟା ବରଙ୍କ ପାଦ ଛୁଇଁଥାନ୍ତି । କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ଫଟୋରେ ବର କନ୍ୟାଙ୍କ ପାଦ ଛୁଇଁ ଥିବାର ଦେଖାଯାଇଛି । ଏହି ଭାଇରାଲ୍‌ ଫଟୋ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟୁଇଟର୍‌ରେ ଭାଇରାଲ୍‌ ହୋଇଥିବା ଏହି ଫଟୋକୁ ଡା.ଅଜିତ୍‌ ଭରୱାଣ୍ଡକର ତାଙ୍କ ଅଫିସିଆଲ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି । ଏହି ଫଟୋ ଶେୟାର କରିବା ସହିତ ସେ ଏକ ହୃଦୟସ୍ପର୍ଶୀ କ୍ୟାପଶନ୍‌ ଲେଖିଛନ୍ତି । ସେ ଲେଖିଛନ୍ତି, ବିବାହ କାର୍ଯ୍ୟକ୍ରମ ଶେଷ ହେବା ପରେ, ବର କନ୍ୟାଙ୍କ ପାଦତଳେ ମୁଣ୍ଡ ନୁଆଁଇଥିଲେ । ଏହା ଦେଖି ବିବାହ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଘରଲୋକ ସ୍ତବ୍ଧ ହୋଇଯାଇଥିଲେ । ଫଟୋ ଭାଇରାଲ୍‌ ହେଲାପରେ, ସେ ବର ତରଫରୁ ପ୍ରତିକ୍ରିୟାରେ ଲେଖିଥିଲେ, ସେ ମୋର ବଂଶକୁ ଆଗକୁ ବଢ଼ାଇବ, ସେ ମୋ ଘରର ଲକ୍ଷ୍ମୀ । ମୋ ମାତାପିତାଙ୍କୁ ସମ୍ମାନ କରିବ ଏବଂ ସେବା କରିବ । ମୋତେ ପିତା ହେବାର ସୌଭାଗ୍ୟ ଦେବ । ପ୍ରସବ ସମୟରେ ମୃତ୍ୟୁମୁଖରେ ଥାଇ ମୋ ପିଲା ଜନ୍ମ ଦେବ । ସେ ମୋ ଘରର ମୂଳଦୁଆ । ତା’ର ଆଚରଣ ଦ୍ୱାରା ସମାଜରେ ମୋର ପରିଚୟ ସୃଷ୍ଟି ହେବ ।ମାତାପିତାଙ୍କୁ ଛାଡ଼ି ସେ ମୋ ପାଇଁ ଏଠାକୁ ଆସିଛି । ସେ ପ୍ରିୟଜନଙ୍କ ସହ ସମ୍ପର୍କ ଭାଙ୍ଗି ମୋ ସହିତ ସମ୍ପର୍କ ଯୋଡ଼ିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *