କାଲିଠାରୁ ଆରମ୍ଭ ହେବ ସରକାରୀ ସ୍କୁଲରେ ନାମଲେଖା

ଭୁବନେଶ୍ୱର : କାଲିଠାରୁ ସରକାରୀ ସ୍କୁଲରେ ନାମଲେଖା ଆରମ୍ଭ । ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାଲେଖା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ସବୁ ଜିଲ୍ଲାର ଶିକ୍ଷାଅଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ସରକାରଙ୍କ ତରଫରୁ ଚିଠି ପଠାଯାଇଛି । ମେ’ ୩୧ ତାରିଖ ସୁଦ୍ଧା ପ୍ରଥମରୁ ଦଶମ ଯାଏ ନାମ ଲେଖା ସାରିବା ପାଇଁ ନିର୍ଦ୍ଦେଶ ରହିଛି। ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ ଟା ୩୦ ଯାଏ ହେବ ନାମଲେଖା । ସମାନ ସ୍କୁଲର ପିଲାଙ୍କ ପାଇଁ ସ୍ୱୟଂକ୍ରିୟ ଭାବେ ନାମଲେଖା ହେବ । ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖା ଯିବ । ପ୍ରଥମରୁ ନବମ ଯାଏ ପିଲାମାନଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଛି ।

କୌଣସି ଛାତ୍ରଛାତ୍ରୀ କିମ୍ବା ତାଙ୍କ ଅଭିଭାବକଙ୍କୁ ସ୍କୁଲକୁ ନାମଲେଖା ପାଇଁ ଡକାଯିବ ନାହିଁ । ସ୍କୁଲ ବଦଳିଲେ ଟେଲିଫୋନରେ ଅନୁମତି ନେଇ ନାମ ଲେଖା ହେବ । ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲରେ ପାଠ ପଢି ପାରିବେ ଛାତ୍ରଛାତ୍ରୀ । ପ୍ରତ୍ୟେକ ଦିନ ୫ରୁ ଅଧିକ ଅଭିଭାବକଙ୍କୁ ସ୍କୁଲକୁ ଡକାଯିବ ନାହିଁ ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *