ଅଫଲାଇନ ମେଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ ସରକାର; ଜାଣନ୍ତୁ କେବେ

ଭୁବନେଶ୍ୱର : ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ବର୍ଦ୍ଧିତ ଅସନ୍ତୋଷକୁ ଦୃଷ୍ଟିରେ ରଖି ନୂତନ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସରକାର । ଆସନ୍ତା ଜୁଲାଇ ୩୦ ତାରିଖରୁ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା କରିବା ସମ୍ପର୍କରେ ଘୋଷଣା କରିଛନ୍ତି । ପରୀକ୍ଷା ପାଇଁ ଆସନ୍ତା ଜୁଲାଇ ୫ ତାରିଖରୁ ଫର୍ମପୂରଣ ଆରମ୍ଭ ହେବ । ୫-୧୪ ମଧ୍ୟରେ ଫର୍ମ ଫିଲପ୍ କରି ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ଅଗଷ୍ଟ ୫ ତାରିଖ ଯାଏଁ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ନିଜ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ଅଗଷ୍ଟ ୫ ତାରିଖ ଯାଏଁ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । କେବଳ ଗଣିତ ପରୀକ୍ଷାରେ ଅତିରିକ୍ତ ୧୫ ମିନିଟ୍ ସମୟ ପ୍ରଦାନ କରାଯିବ । କରୋନା କାରଣରୁ ମେଟ୍ରିକ୍ ପରୀକ୍ଷା ବାତିଲ କରାଯାଇଥିବା ବେଳେ ପୂର୍ବ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାଶ କରାଯାଇଥିଲା । ରେକର୍ଡ ପାଶହାର ହୋଇଥିଲେ ହେଁ ମାର୍କକୁ ନେଇ ବହୁତ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *