ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସହାୟତା, ପ୍ରତି ପରିବାରକୁ ୫ ହଜାର ଟଙ୍କା ପ୍ରଦାନ

ଭୁବନେଶ୍ୱର :  ୬୪ ହଜାର ୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସହାୟତା ଘୋଷଣା। ପ୍ରତି ପରିବାରର ଆକାଉଣ୍ଟରେ ୫ ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ କରାଯାଇଛି। କୋଭିଡ୍‌ର ସେକେଣ୍ଡ ୱେଭରେ ଆଦିମ ଜନଜାତିଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟରେ ୧୬୭୯ଟି ଗାଁରେ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ରହୁଛନ୍ତି। PVTG ଜନଜାତିଙ୍କ ମଧ୍ୟରୁ ୩୧୪ ଜଣ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣଙ୍କର ବି ମୃତ୍ୟୁ ହୋଇ ନାହିଁ। ପୂର୍ବରୁ ସେମାନଙ୍କୁ ୨୫ଶହ ଟଙ୍କା ଲେଖାଏଁ ରାସନ କିଟ୍‌ ଏବଂ ୧୪ଶହ ଟଙ୍କା ମଜୁରୀ କ୍ଷତି ଭରଣା ଦିଆଯାଇଥିଲା। ଏହାସହ ଆଜି ୬୦ ହଜାର ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏପ୍ରିଲ-ମେ ଓ ଜୁନ ମାସ ପାଇଁ ଏକକାଳୀନ ପ୍ରାକ୍‌ ମାଟ୍ରିକ ଛାତ୍ରବୃତ୍ତି ଦିଆଯାଇଛି। ଝିଅମାନଙ୍କୁ ୨୪ ଶହ ଟଙ୍କା ଓ ପୁଅମାନଙ୍କୁ ୨୨୫୦ ଟଙ୍କା ଦିଆଯାଇଛି। ମୋଟ ୫ ଲକ୍ଷ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *