ସରକାର ବଦଳାଇଲେ ପାରିବାରିକ ପେନସନ୍ ନିୟମ

ନୂଆଦିଲ୍ଲୀ : ଭାରତ ସରକାର ପାରିବାରିକ ପେନସନ୍ ନିୟମରେ ସଂଶୋଧନ ଘୋଷଣା କରିଛନ୍ତି। ଏଥିରେ କୌଣସି ସରକାରୀ କର୍ମଚାରୀ ଓ ତାଙ୍କ ପତ୍ନୀ ଯଦି ହତ୍ୟା ଆଦି ମାମଲାରେ ଅଭିଯୁକ୍ତ ଥାନ୍ତି ଓ ତାଙ୍କ ପାରିବାରିକ ପେନସନ୍ ବନ୍ଦ ଥାଏ ଏଭଳି କ୍ଷେତ୍ରରେ ସେମାନଙ୍କ ଉପରେ ଆଶ୍ରିତ ନାବାଳକ ପେନସନ ଉଠାଣ କରିପାରିବେ। ଆଇନତଃ ନିଯୁକ୍ତ ଅଭିଭାକଙ୍କ ମାଧ୍ୟମରେ ସେ ଏହି ରାଶି ଉଠାଇପାରିବେ। ଜନ ଅଭିଯୋଗ ଓ ପେନସନ ମନ୍ତ୍ରାଳୟଙ୍କ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପୂର୍ବରୁ ଏଭଳି ଅଭିଯୋଗ କ୍ଷେତ୍ରରେ ପେନସନଧାରୀଙ୍କୁ ଅପରାଧିକ କାର୍ଯ୍ୟାନୁଷ୍ଠାନ ଶେଷ ହେବା ପର୍ଯ୍ୟନ୍ତ ପେନସନର ଅନୁମତି ଦେଉ ନଥିଲେ କି ଅନ୍ୟ ସଦସ୍ୟ ପାତ୍ରଙ୍କୁ ଏହା ଦିଆଯାଉନଥିଲା ବୋଲି କହିଛନ୍ତି। ଏନେଇ ଗତ ଜୁଲାଇ ୧୩ ତାରିଖରେ  ଡିଓପିପିଡବ୍ଲୁ ଏକ କାର୍ଯ୍ୟାଳୟ ଜ୍ଞାପନ (ଓଏମ)ରେ ମଧ୍ୟ ସୂଚିତ କରିଥିଲେ। ତେବେ ଆଇନ ବିଭାଗଙ୍କ ପରାମର୍ଶରେ ଓଏମର ସମୀକ୍ଷା କରାଯାଇଥିଲା। ଯେଉଁଥିରେ କାର୍ଯ୍ୟାଳୟ ଜ୍ଞାପନରେ ଲିଖିତ ପ୍ରାବଧାନର ସମୀକ୍ଷା ହୋଇଥିଲା। ଯେଉଁଥିରେ ବ୍ୟକ୍ତି ଯଦି ପରବର୍ତ୍ତି ସମୟରେ ଅଭିଯୋଗରୁ ମୁକ୍ତ ହୁଅନ୍ତି ତେବେ ତାଙ୍କୁ ମୁକ୍ତ ହେବା ତାରିଖରୁ ପୁଣି ପାରିବାରିକ ପେନସନ୍‌ ଦିଆଯିବାର ବ୍ୟବସ୍ଥା ଥିବାର ସୂଚିତ କରାଯାଇଥିଲା। ତେବେ ଏଥିରେ ସଂଶୋଧନ କରାଯାଇ ନିର୍ଭରଶୀଳ ନାବାଳକ ଅଥବା ବାଳିକା ଉପଯୁକ୍ତ ଅଭିଭାବକଙ୍କ ଜରିଆରେ ଏହି ସୁବିଧା ପ୍ରାପ୍ତ କରିପାରିବେ ବୋଲି କୁହାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *