ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରତିବର୍ଷର ବାତ୍ୟାର ସମ୍ମୁଖୀନ ହେଉଛି ଓଡ଼ିଶା । କେବେ ପୁରୀ ତ କେବେ ପାରଦୀପ । ଆଉ କେବେ ଗୋପାଳପୁର ତ କେବେ ଚାନ୍ଦିପୁର । ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାରେ ସବୁବର୍ଷ ପ୍ରଭାବିତ ହେଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ପ୍ରଭାବୀ ପଦକ୍ଷେପ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚିଯାଉଛି । ଉତ୍ତର ଓଡ଼ିଶାର ଭଦ୍ରକ-ବାଲେଶ୍ୱରରେ ବାତ୍ୟା ‘ୟାସ୍’ ଗତକାଲି ମାଡ଼ ହୋଇଥିଲା ।

ବାତ୍ୟାରେ ବଡ଼ ଧରଣର ଜୀବନ ହାନି ହୋଇନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ବାତ୍ୟାର ସୁପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ନବୀନଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ, ଅଭିଜ୍ଞତା ଓ ଯତ୍ନର ସହ ବାତ୍ୟା ପରିଚାଳନାକୁ ରାଜ୍ୟପାଳ ସର୍ବୋକୃଷ୍ଟ ବୋଲି କହିଛନ୍ତି । ଏଥିସହ ବାତ୍ୟା ପରିଚାଳନାରେ ନିୟୋଜିତ କେନ୍ଦ୍ର, ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା, ଭାରତୀୟ ରେଡକ୍ରସ ସୋସାଇଟିର ଓଡ଼ିଶା ଶାଖା, ବିଭିନ୍ନ ସ୍ୱେଚ୍ଛାସେବୀଙ୍କ ସଂଗଠନର ସମୟଯୋଗୀ ପଦକ୍ଷେପ ସହ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *