ସରକାରୀ କର୍ମଚାରୀ ହୋଇପାରିବେ ନାହିଁ ନିର୍ବାଚନ କମିଶନର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସରକାରୀ କର୍ମଚାରୀ ଥିବା କୌଣସି ବ୍ୟକ୍ତି ନର୍ବିାଚନ କମିଶନର ହୋଇ ପାରିବେ ନାହିଁ । ଯେକୌଣସି ରାଜ୍ୟର ନିର୍ବାଚନ କମିସନର ରାଜ୍ୟ ସରକାରଙ୍କ ଅଧିକାରୀ ନୁହେଁ, ସ୍ୱାଧୀନ ବ୍ୟକ୍ତିବିଶେଷ ହେବା ଆବଶ୍ୟକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ପଦ ପଦବୀରେ ଥିବା ବ୍ୟକ୍ତି ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସୁପ୍ରିମ୍‌କୋର୍ଟ ଗୋଆ ପୌର ନିର୍ବାଚନ ସମ୍ବନ୍ଧୀୟ ଏକ ମାମଲାର ବିଚାର କରି ଏହା କହିଛନ୍ତି । ପୌର ପରିଷଦ ନିର୍ବାଚନର ପର୍ଯ୍ୟବେକ୍ଷଣ କରିବା ଲାଗି ଆଇନ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଥିବା ଗୋଆ ସରକାରଙ୍କୁ ମଧ୍ୟ ସୁପ୍ରିମ୍‌କୋର୍ଟ ଭର୍ତ୍ସନା କରିଛନ୍ତି ।

ତିନି ବିଚାରପତିବିଶିଷ୍ଟ ଏକ ଖଣ୍ଡପୀଠର ନେତୃତ୍ୱ ନେଇଥିବା ଜଷ୍ଟିସ୍ ରୋହିଙ୍ଗଟନ୍ ଫାଲି ନରିମାନ୍ ସମ୍ବିଧାନର ଧାରା ୧୪୨ ଏବଂ ୧୪୪ କ୍ଷମତା ପ୍ରୟୋଗ ଅନୁଯାୟୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଧାରା ୧୪୨ ଅନୁଯାୟୀ, ସର୍ବୋଚ୍ଚ ନ୍ୟାୟାଳୟ “ସଂପୂର୍ଣ୍ଣ ନ୍ୟାୟ” କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ କ୍ଷମତାପ୍ରାପ୍ତ ହୋଇଥିବା ବେଳେ ଧାରା ୧୪୪ ସମସ୍ତ କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ଅନୁଯାୟୀ କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ ।

ଗଣତନ୍ତ୍ରରେ ନିର୍ବାଚନ ଆୟୋଗର ସ୍ୱାଧିନତାକୁ ଉପରେ କମ୍ପରମାଇଜ୍ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଅତିରିକ୍ତ ଦାୟିତ୍ତ୍ୱ ପ୍ରଦାନ କରିବା ସମ୍ବିଧାନର ଉପହାସ ବୋଲି କୋର୍ଟ କହିଛନ୍ତି । ଏହି ବେଞ୍ଚରେ କୁହାଯାଇଛି ଯେ ନିର୍ବାଚନ କମିଶନର୍ ମାନେ “ସ୍ୱାଧିନ ବ୍ୟକ୍ତି” ହେବା ଆବଶ୍ୟକ ଏବଂ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇ ପାରିବ ନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *