ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ଆଶଙ୍କା, କେନ୍ଦ୍ରର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଏକ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଡିରେକ୍ଟୋରେଟ ଜେନେରାଲ ଅପ୍ ହେଲ୍ଥ ସର୍ଭିସ ଦ୍ୱାରା ଜାରି କରାଯାଇଥିବା ଏହି ଗାଇଡଲାଇନ୍‌ରେ କୁହାଯାଇଛି ଯେ, ଲକ୍ଷଣହୀନ ଓ କମ୍ ସଂକ୍ରମଣ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରାଯିବା ଅନୁଚିତ । ଏହା ଛଡ଼ା ନିଜେ ନିଜେ କୌଣସି ଔଷଧ ଦିଅନ୍ତୁ ନାହିଁ । ଦେଖି ଚାହିଁ ଉପଯୁକ୍ତ ବିଚାର କରି HRCT ଇମେଜିଂ କରାଯିବା ଉଚିତ । ଶିଶୁଙ୍କ କ୍ଷେତ୍ରରେ ରେମଡେସିଭିର ବ୍ୟବହାରକୁ ପୁରା ମନା କରାଯାଇଛି । କାରଣ ଏହାର ବ୍ୟବହାର ନେଇ ସୁରକ୍ଷା ଓ ଉପଯୁକ୍ତ ଡାଟାର ଅଭାବ ରହିଛି । ୧୨ ବର୍ଷରୁ ଅଧିକ ପିଲାଙ୍କ କ୍ଷେତ୍ରରେ ବାପା ମାଆଙ୍କ ତତ୍ୱାବଧାନରେ ୬ ମିନିଟ ବିଶିଷ୍ଟ ଓ୍ୱାକ୍ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି ।

ଆକ୍ୟୁଟ ରେସ୍ପିରୋଟୋରି ଡିଷ୍ଟ୍ରେସ୍ ସିଣ୍ଡୋମ୍ ହେଲେ ଉପଯୁକ୍ତ କୋଭିଡ ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଓଡ଼ିଶାରେ ମଧ୍ୟ ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବା ନେଇ ଆଶଙ୍କାକୁ ଗୁରୁତ୍ୱ ଦିଆଯାଇଛି । ଏଥଇପାଇଁ ଶିଶୁ ବିଶେଷଜ୍ଞମାନେ ବିଭିନ୍ନ ପରାମର୍ଶ ଦେଇଛନ୍ତି । ତେବେ ଡାକ୍ତର ଆଦିତ୍ୟ ମହାପାତ୍ର କହିଛନ୍ତି ଗର୍ଭାବସ୍ଥାରେ ମା’ କରୋନା ଆକ୍ରାନ୍ତ ଥିଲେ ଛୁଆ ଆକ୍ରାନ୍ତ ହେବ, ତାହା ଜରୁରୀ ନୁହେଁ । ଛୋଟ ପିଲାଙ୍କୁ ମାସ୍କ ପିନ୍ଧାଇବା ବି ଆବଶ୍ୟକତା ନାହିଁ । ଗର୍ଭାବସ୍ଥାରେ ମା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ଛୁଆ ଜନ୍ମ ବେଳେ ସାବଧାନ ରହିଲେ, ମା’ଠାରୁ ଛୁଆ ସଂକ୍ରମିତ ହେବନି । ପ୍ରସବ ବେଳେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ ।

ସେ କହିଛନ୍ତି ୨ ବର୍ଷରୁ କମ୍ ସଂକ୍ରମିତ ଶିଶୁକୁ ମାସ୍କ ପିନ୍ଧାଇବା ଆବଶ୍ୟକ ନାହିଁ । ୨ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ଯଦି ମାସ୍କ ପିନ୍ଧି ପାରୁଛି, ତେବେ ତାକୁ ପିନ୍ଧାନ୍ତୁ । ଶିଶୁର ଶ୍ୱାସକ୍ରିୟା ଦେଖି ହସ୍ପିଟାଲରେ ଭର୍ତ୍ତି କରିପାରିବେ ଅଭିଭାବକ । ୨ ମାସରୁ କମ୍ ପିଲା ମିନିଟକୁ ୬୦ରୁ ଅଧିକ ନିଶ୍ୱାସ ନେଲେ ବିପଦ । ୨ମାସରୁ ୧ ବର୍ଷ ୫୦ରୁ ଅଧିକ, ୧ରୁ ୫ ବର୍ଷ ପିଲା ୪୦ରୁ ଅଧିକ ନିଶ୍ୱାସ ନେଲେ ବିପଦ ବୋଲି କହିଛନ୍ତି ଡାକ୍ତର ମହାପାତ୍ର । ସେହିଭଳି ୫ ବର୍ଷରୁ ଅଧିକ ବୟସର ପିଲା ମିନିଟକୁ ୩୦ରୁ ଅଧିକ ନିଶ୍ୱାସ ନେଉଥିଲେ ମଧ୍ୟ ବିପଦ । ନିଶ୍ୱାସ ନେବା ବେଳେ କୁନ୍ଥେଇଲେ କିମ୍ବା ନିସ୍ତେଜ ହେଲେ ଏହା ଏକ ବିପଦ ସଙ୍କେତ ବୋଲି ବୁଝିବାକୁ ହେବ । ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *