ଡ୍ରାଇଭ ଇନ୍ ଓ ଘରେ ଯାଇ ଟିକାକରଣକୁ ମନା କଲେ ସରକାର

ଭୁବନେଶ୍ୱର : ଡ୍ରାଇଭ ଇନ୍ ଓ ଘରେ ପହଞ୍ଚି ଟିକାକରଣକୁ ଆଜି ମନା କରିଛନ୍ତି ସରକାର । ଏ ନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭାରତ ସରକାରଙ୍କ ଗାଇଡଲାଇନରେ ଏପରି ବ୍ୟବସ୍ଥା ନାହିଁ । ୱେଟିଂ ଅଞ୍ଚଳ ଓ ପର୍ଯ୍ୟବେକ୍ଷଣ ଗୃହ ଥିବା ସ୍ଥାନରେ ଟିକା ଦେବା ନିୟମ ରହିଛି । ଟିକା ନେବା ପରେ ୩୦ ମିନିଟ ଅବଜରଭେସନର ନିୟମ ରହିଛି । ଡ୍ରାଇଭ ଇନ୍ ଓ ଡୋର ଷ୍ଟେପରେ ଏସବୁ ପାଳନ ସମ୍ଭବ ନୁହେଁ । ଏସବୁ ଦ୍ୱାରା ଅଧିକ ମାତ୍ରାରେ ଟିକା ଅପଚୟ ହେବାର ସମ୍ଭାବନା ରହିଛି ବୋଲି ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *