ଅଧିକ ନୋଟ ଛାପନ୍ତୁ ସରକାର

ନୂଆଦିଲ୍ଲୀ : କରେନା ଭାରତୀୟ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଛି । ପ୍ରଥମ ଲହର ଭୟଙ୍କର ଭାବେ କ୍ଷତି କରିଛି ଭାରତୀୟ ଅର୍ଥନୀତିକୁ । ଦ୍ୱିତୀୟ ଳହର ଯଦିଓ ପ୍ରଥମ ଲହର ପରି ଭୟଙ୍କର କ୍ଷତି କରିନାହିଁ । ତଥାପି ସୁଧାର ଉପରେ ଜବର୍‌ଦସ୍ତ ବ୍ରେକ୍ ଲଗାଇଛି । ଅର୍ଥନୀତିକୁ ପୁଣି ଥରେ ଟ୍ରାକ୍‌କୁ ଫେରେଇ ଆଣିବାକୁ ହେଲେ ସରକାରଙ୍କୁ ଗରିବମାନଙ୍କ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । କୋଭିଡ୍ ପ୍ରଭାବିତ ସେକ୍ଟର୍‌ରେ ବେକାରୀ ବଢ଼ିଛି । ଜୀବିକା ହରାଇଥିବା ଏହି କର୍ମଜୀବୀମାନଙ୍କ ଜୀବିକା ଫେରିବା ଆବଶ୍ୟକ । ଗରିବମାନଙ୍କ ହାତକୁ ଅଧିକ ପଇସା ଆସିବା ଆବଶ୍ୟକ । ଏଥିପାଇଁ ଦେଶର ଜିଡ଼ିପିର ୧% ଅର୍ଥାତ୍ ୧ରୁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ।

ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାରଙ୍କୁ ଅଧିକ ମାତ୍ରାରେ ନୋଟ୍ ଛାପିବା ଦରକାର ବୋଲି କହିଛନ୍ତି ଦେଶର ଅନ୍ୟତମ ବୃହତ୍ ଘରୋଇ ବ୍ୟାଙ୍କ୍‌ର ସିଇଓ ତଥା ସିଆଇଆଇର ସଭାପତି ଉଦୟ କୋଟାକ୍ । ଟିକାକରଣ ଉପରେ ସେ କହିଛନ୍ତି ଯେ ଏହା ଉଭୟ ୭୫% ଓ ୨୫% ଆଧାରରେ ହେବା ଉଚିତ୍ । କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ୭୫% ଟିକା ଯୋଗାଇଦେବେ ଓ ରାଜ୍ୟମାନେ ଅବଶିଷ୍ଟ ୨୫% ଟିକା କ୍ରୟ କରିବେ । ଭୂଗୋଳ ହିଁ ଇତିହାସ । ବାଣିଜ୍ୟିକ ପ୍ଲେସ୍‌ର ଚାହିଦା ହ୍ରାସ ପାଇବାରେ ଲାଗିଛି । ୱାର୍କ ଫ୍ରମ୍ ହୋମ୍‌ର ଚାହିଦା ବଢ଼ିବାରେ ଲାଗିଛି । ଆଗାମୀ ସମୟରେ ଘରହିଁ କର୍ମକ୍ଷେତ୍ର ପାଇଁ ବିଶ୍ୱରେ କେନ୍ଦ୍ରସ୍ଥଳ ପାଲଟିବ ବୋଲି ସେ କହିଛନ୍ତି ।

ଆମେ ରେଷ୍ଟ ଅଫ୍ ୱାର୍ଲଡରୁ ବାହାରି ଯାଇପାରିବା ନାହିଁ । ପରିବର୍ତ୍ତିତ ବିଶ୍ୱ ସହିତ ଆମକୁ ସାମିଲ୍ ହୋଇ ଚାଲିବାକୁ ପଡ଼ିବ । ବିଜିନେସ୍ ରିଭାଇଭାଲ୍ ଦିଗରେ ସରକାର ଚିନ୍ତା କରିବା ଦରକାର । ଯେଉଁ ବ୍ୟବସାୟ କୋଭିଡ୍ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି, ମାତ୍ର ପ୍ରୋତ୍ସାହନ ମିଳିଲେ ସୁଧୁରିବାର ସମ୍ଭାବନା ରହିଛି । ସେ କ୍ଷେତ୍ରରେ ସରକାର ପ୍ରୋତ୍ସାହନ ଯୋଗାଇ ଦେବା ଉଚିତ୍ । ଯେଉଁ ବ୍ୟବସାୟ କୋଭିଡ୍ ଯୋଗୁଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ । ରିଭାଇଭାଲ୍‌ର କୌଣସି ସମ୍ଭାବନା ନାହିଁ । ସେପରି କ୍ଷେତ୍ରରେ ସେମାନଙ୍କୁ ବାହାରିଯିବା ପାଇଁ ସରକାର ବାଟ ଛାଡ଼ିଦେବା ଉଚିତ୍ । ଏମ୍‌ଏସ୍‌ଏମ୍‌ଇ ସ୍କିମ୍‌କୁ ୫ ଲକ୍ଷ କୋଟିର ସହାୟତା ପ୍ରଦାନ କରାଯିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ଗତ ମହାମାରୀ ଯୋଗୁଁ ଦେଶର ୨୩ କୋଟି ଲୋକ ଗରିବ ହୋଇଥିଲେ । ଯୁବକ ଓ ମହିଳାମାନେ ମଧ୍ୟ ସର୍ବାଧିକ ପ୍ରଭାବିତ ହୋଇଥିଲେ । ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ୧୦ କୋଟିରୁ ଅଧିକ ଲୋକ ଜୀବିକା ହରାଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫% ଲୋକ ବର୍ଷ ଶେଷ ସୁଦ୍ଧା ଜୀବିକା ଫେରିପାଇବାର କୌଣସି ସମ୍ଭାବନା ନାହିଁ । ଶେଷରେ ବିଶେଷଜ୍ଞମାନଙ୍କ ରାୟ ଅନୁସାରେ ସରକାର ସମ୍ପ୍ରତି ଜାରି ରହିଥିବା ଲକ୍‌ଡାଉନ୍‌କୁ ହଟାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ବିନା ପ୍ରସ୍ତୁତିରେ ଲକ୍‌ଡାଉନ୍ ଖୋଲିବା ଘାତକ ହେବ ବୋଲି ସେ କହିଛନ୍ତି । ଟିକାକରଣ ଜରୁରୀ । ଏହା ସମ୍ପ୍ରତି ସର୍ବପ୍ରଥମ ପ୍ରାଥମିକତା ରହିବା ଉଚିତ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *