ଏଣିକି ସକାଳ ୯ଟାରେ ଅଫିସରେ ପହଞ୍ଚିବେ ସରକାରୀ କର୍ମଚାରୀ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ରାଜ୍ୟର ଶାସନ ଭାର ଗ୍ରହଣ କରିବା ପରେ ସରକାରୀ ଦପ୍ତରର ଅନେକ ନିୟମ ପରିବର୍ତ୍ତନ କରିଛନ୍ତି । ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ ସକାଳ ୯ଟାରେ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅନୁଶାସନ ବଜାୟ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ପ୍ରଶାସନିକ ସଚିବ ଓ ବିଭାଗୀୟ ମୁଖ୍ୟମାନେ ସପ୍ତାହକୁ ଏନେଇ ଦୁଇଥର ଯାଞ୍ଚ କରବେ । ଫଳରେ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ନଜର ରଖାଯାଇ ପାରିବ ।

ସରକାରୀ ଅଫିସଗୁଡ଼ିକରେ ପାରଦର୍ଶିତ ଆଣିବା ନିହାତି ଦରକାର । ଅଧିକାରୀ ଓ କର୍ମଚାରୀମାନେ ଅଫିସରେ ପହଞ୍ଚିବା ପରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଶେଷ କରିବାକୁ ସେ କହିଛନ୍ତି । ଏହାଛଡ଼ା ପ୍ରଶାସନିକ ସେକ୍ରେଟାରୀ ଓ ବିଭାଗୀୟ ମୁଖ୍ୟମାନେ ନିଜ ନିଜର ଦପ୍ତମାନଙ୍କରେ ସମସ୍ତ କାର୍ଯ୍ୟକଳାପ ଓ ରେକର୍ଡ ଉପରେ ନଜର ରଖିବାକୁ ସେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚନ୍ନି ବିକାଶ ପାଇଁ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଗତକାଲି ସନ୍ଧ୍ୟାରେ ଚନ୍ନିଙ୍କ ଅଧ୍ୟକ୍ଷତାରେ ତିନି ଘଣ୍ଟା ଧରି ଏକ ବୈଠକ ବସିଥିଲା । ବୈଠକରେ ଅନୁସୂଚିତ ଜାତି, ପଛୁଆ ବର୍ଗ ଓ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ୧୦୦ ୟୁନିଟ୍ ବିଜୁଳି ଯୋଗାଇ ଦେବା ନେଇ ଚର୍ଚ୍ଚା ହୋଇଥିଲା । ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଓ ଓ.ପି ସୋନିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *