ପାର୍ବଣ ପୂର୍ବରୁ ସରକାରଙ୍କ ଉପହାର: ୭୮ ଦିନର ବୋନସ୍ ଘୋଷଣା
ନୂଆଦିଲ୍ଲୀ : ପାର୍ବଣ ଋତୁ ପୂର୍ବରୁ କର୍ମଚାରୀଙ୍କ ପାଇଁ ଖୁସିର ଖବର। କେନ୍ଦ୍ର ମନ୍ତ୍ରିମଣ୍ଡଳ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ରେଳ କର୍ମଚାରୀଙ୍କୁ ୭୮ ଦିନର ବେତନର ବରାବର ବୋନସ ରାଶି ମଞ୍ଜୁର କରିଛନ୍ତି। ଏଥିରେ କିନ୍ତୁ ଆରପିଏଫ/ଆରପିଏସଏଫ କର୍ମୀଙ୍କୁ ବାଦ୍ ଦିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିରେ ୧୧.୫୬ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏହି ସୂଚନା ଦେଇଛନ୍ତି। ଏଥିରେ ସରକାରଙ୍କ ପ୍ରାୟ ୧୯୮୫ କୋଟି ଟଙ୍କା ଖର୍ଚ୍ଚ ହେବ। ରେଲଓ୍ଵେ ପ୍ରତି ବର୍ଷ ନିଜ କର୍ମଚାରୀଙ୍କୁ ବୋନସ୍ ପ୍ରଦାନ କରିଥାଏ। ଗତ ବର୍ଷ ମଧ୍ୟ କରୋନା ସଙ୍କଟରେ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ମିଳିଥିଲା। ୨୦୨୦ରେ କର୍ମଚାରୀଙ୍କୁକ ୧୭,୯୫୧ ଟଙ୍କା ବୋନସ୍ ଭାବେ ମିଳିଥିଲା।