ସରକାରୀ କର୍ମଚାରୀଙ୍କୁ ଝଟକା….

ଚଣ୍ଡୀଗଡ଼ : ସରକାରୀ କର୍ମଚାରୀଙ୍କ ପାଇଁ ଡେଡଲାଇନ୍‌ ସେପ୍ଟେମ୍ବର ୧୫। ଏହି ତାରିଖ ସୁଦ୍ଧା ଅତିକମ୍‌ରେ ଟିକାର ଗୋଟିଏ ଡୋଜ୍‌ ନନେଲେ କର୍ମଚାରୀଙ୍କୁ ଛୁଟିରେ ପଠାଇବେ ସରକାର। କିନ୍ତୁ ନିକଟରେ କରୋନା ସଂକ୍ରମିତ ହୋଇଥିବା କର୍ମଚାରୀ ଏହି ନିୟମରୁ ବାଦ ପଡ଼ିବେ। ସେମାନଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ସରକାର କହିଛନ୍ତି।

କରୋନା ବିରୋଧରେ ପଞ୍ଜାବ ସରକାର ଲଢ଼େଇ ଜାରି ରଖିଥିବା ବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି। ତେବେ କୌଣସି ପ୍ରକାର ସ୍ବାସ୍ଥ୍ୟଗତ କାରଣ ପାଇଁ ଟିକା ନେଉ ନଥିବା ଲୋକଙ୍କୁ ଏଥିରୁ ବାଦ ଦିଆଯାଇଛି। ଏହା ବ୍ୟତୀତୀ ସ୍ବାସ୍ଥ୍ୟ କର୍ମଚାରୀ ମଧ୍ୟ ସେପ୍ଟେମ୍ବର ୧୫ ସୁଦ୍ଧା ଟିକାର ଗୋଟିଏ ଡୋଜ୍‌ ନେବା ବାଧ୍ୟତାମୂଳକ। ଏହି ନିୟମ ନମାନିଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେ ସରକାର।

ଅନ୍ୟପଟେ ରାଜ୍ୟରେ କରୋନା କଟକଣା ୩୦ ସେପ୍ଟେମ୍ବର ଯାଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ପାର୍ବଣକୁ ଦେଖି ଏମିତି ନିଷ୍ପତ୍ତି ହୋଇଥିବା ବେଳେ କୌଣସି ପ୍ରକାର ପୂଜା ଆୟୋଜନରେ ୩୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସ୍ବାସ୍ଥ୍ୟଗତ ସମସ୍ୟା ବ୍ୟତୀତ ଯଦି ଅନ୍ୟ କୌଣସି ରାଜ୍ୟ ସରକାରଙ୍କ କର୍ମଚାରୀ ଟିକାର ଗୋଟିଏ ବି ଡୋଜ ନେଇନଥିବେ ତେବେ ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *