ସରକାରୀ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ, ୨ ମୃତ

ଆଠଗଡ: ଆଠଗଡ ବଡମ୍ବା ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ଗୁଳିମାଡ ହୋଇଥିବା ଜଣାପଡ଼ିଛି। ସରକାରୀ ଜମିକୁ ନେଇ ଭଗତପୁର ଓ ବୁଢାପଙ୍କ ଗାଁରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ଯୁ ଘଟିଛି। ମୃତକ ଦୁଇ ଜଣ ହେଲେ ଭଗତପୁର ଗାଁର ଅଶ୍ବିନୀ ପାଳ ଓ ପବିତ୍ର ଆରୁଖ । ସୂଚନାଯୋଗ୍ୟ ଯେ, ସରକାରୀ ଜମି ବିବାଦକୁ ନେଇ ଭଗତପୁର ଓ ବୁଢାପଙ୍କ ଗାଁରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଗୋଷ୍ଠୀ ସଂଘର୍ଷ ବେଳେ ଗୁଳିମାଡରେ ଅଶ୍ବିନୀ ପାଳ ଓ ପବିତ୍ର ଆରୁଖଙ୍କ ମୃତ୍ଯୁ ଘଟିଛି।  ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଖବର ପାଇ ବଡମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉତ୍ତ୍ୟକ୍ତ ଲୋକ କଟକ-ନରସିଂହପୁର ରାସ୍ତାର ଅଭିମାନପୁର ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *