କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଅବସର ବୟସ ଓ ପେନ୍‌ସନ୍‌ରେ ହେବ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମୋଦି ସରକାର ବହୁତ ଜଲ୍‌ଦି ଏକ ଖୁସି ଖବର ଦେଇ ପାରନ୍ତି । ସରକାର କର୍ମଚାରୀମାନଙ୍କ ଅବସର ବୟସ ଏବଂ ପେନସନ ରାଶି ବଢ଼ାଇବା ଉପରେ ବିଚାର କରୁଛନ୍ତି । ସୂଚନା ଅନୁଯାୟୀ, ଏହି ପ୍ରସ୍ତାବ (ୟୁନିଭର୍ସାଲ ପେନସନ ସିଷ୍ଟମ) ଆର୍ôଥକ ପରାମର୍ଶଦାତା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇଛି । ଯେଉଁଥିରେ କର୍ମଚାରୀମାନଙ୍କର କାର୍ଯ୍ୟ ବୟସ ସୀମା ବଢ଼ାଇବା କଥା କୁହାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଆର୍ôଥକ ପରାମର୍ଶଦାତା ସମିତି କହିଛି ଯେ, ଦେଶରେ ଅବସର ବୟସ ସୀମା ବଢ଼ାଇବା ସାଙ୍ଗକୁ ୟୁନିଭର୍ସାଲ ପେନସନ ସିଷ୍ଟମ ମଧ୍ୟ ଆରମ୍ଭ କରି ଦିଆଯାଉ । ଯଦି ଏହି ସୁପାରିଶ ମୋଦି ସରକାର ମାନି ନିଅନ୍ତି, ତା’ ହେଲେ କର୍ମଚାରୀମାନଙ୍କୁ ବଡ଼ ଲାଭ ମିଳି ପାରିବ । ଏହି ପ୍ରସ୍ତାବରେ ଏହା ମଧ୍ୟ ପରାମର୍ଶ ଦିଆଯାଇଛି କି, ବରିଷ୍ଠ ନାଗରିକମାନଙ୍କୁ ପ୍ରତି ମାସରେ ୨୦୦୦ ଟଙ୍କା ପେନସନ ଦିଆଯାଉ । ଆର୍ôଥକ ପରାମର୍ଶଦାତା ସମିତି ଦେଶରେ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷାର ସୁବନ୍ଦୋବସ୍ତ କରିବାକୁ ସୁପାରିଶ କରିଛି ।

ଏହା ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ କମାଇବା ପାଇଁ କରାଯାଇ ପାରିବ । ରିପୋର୍ଟରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ କୌଶଳ ବିକାଶ ସମ୍ପର୍କରେ ପରାମର୍ଶ ଦିଆଯାଇଛି । ପ୍ରସ୍ତାବ ମୁତାବକ, କେନ୍ଦ୍ର ଏବଂ ରାଜ୍ୟ ସରକାର ଏମିତି ନୀତି ପ୍ରସ୍ତୁତ କରନ୍ତୁ । ଯଦ୍ଦ୍ୱାରା କୌଶଳ ବିକାଶ କରାଯାଇ ପାରିବ । ଏହି ପ୍ରୟାସରେ ଅସଙ୍ଗଠିତ କ୍ଷେତ୍ରରେ ରହୁଥିବା ଲୋକେ, ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକେ, ଶରଣାର୍ଥୀ, ପ୍ରବାସୀ, ଯାହାଙ୍କ ପାଖରେ ପ୍ରଶିକ୍ଷଣ ପ୍ରାପ୍ତ କରିବାର ସାଧନ ନାହିଁ, ସେମାନଙ୍କୁ ପ୍ରଶିକ୍ଷିତ କରାଯିବା ଉଚିତ । ସେମାନଙ୍କୁ ବି ସାମିଲ କରାଯିବା ଦରକାର । ଭାରତରେ ୨୦୫୦ ମସିହା ସୁଦ୍ଧା ପାଖାପାଖି ୩୨ କୋଟି ବରିଷ୍ଠ ନାଗରିକ ହୋଇ ଯାଇଥିବେ । ଅର୍ଥାତ୍ ଦେଶର ପାଖାପାଖି ୧୯.୫ ପ୍ରତିଶତ ଜନସଂଖ୍ୟା ଅବସର ଶ୍ରେଣୀକୁ ଆସିଯିବ । ବର୍ଷ ୨୦୧୯ରେ ଭାରତରେ ପାଖାପାଖି ୧୦ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍ ୧୪ କୋଟି ଲୋକ ବରିଷ୍ଠ ନାଗରିକ ଶ୍ରେଣୀରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ଠାରୁ ପ୍ରସ୍ତୁତି କରାଯିବା ଉଚିତ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *