ରାଜଧାନୀରେ କମିଲା ସୁନା, ବଢ଼ିଲା ରୁପା ଦର

ନୂଆଦିଲ୍ଲୀ  : ଦିନକୁ ଦିନ ଚମକ ହରାଉଛି ସୁନା । କିଛିଦିନ ଧରି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ କମିବା ପରେ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ପଡିଛି । ରୁପାର ଦାମ୍ କିନ୍ତୁ ସାମାନ୍ୟ ବଢିଛି। ସପ୍ତାହର ପ୍ରଥମ ଦିନରେ ଅର୍ଥାତ ସୋମବାର ସୁନାର ଦାମ୍‌ରେ ମାମୁଲି ହ୍ରାସ ହୋଇଛି । ଏହାପରେ ବି ସୁନା ୧୧ ହଜାରରୁ ଅଧିକ ଶସ୍ତା ହୋଇଛି ।   ସୋମବାର ସୁନାର ଦାମ ୩୫ ଟଙ୍କା କମି ୧୦ ଗ୍ରାମ ପିଛା ୪୫,.୪୪୦ ଟଙ୍କା ହୋଇଯାଇଛି ଏବଂ ରୁପା କେଜି ପିଛା ୨୨ ଟଙ୍କା ବୃଦ୍ଧି ପାଇ ୬୩୪୮୬ରେ ପହଁଚି ଯାଇଛି । କିନ୍ତୁ ମଙ୍ଗଳବାର ରୁପାର ଦାମ୍‌ ମଧ୍ୟ ହ୍ରାସ ପାଇ ୫୮,୭୫୫ ଟଙ୍କାରେ ପହଁଚିଛି । ଦିଲ୍ଲୀ ସରଫା ବଜାରରେ ସୁନା ଏବେ ୪୫,୧୧୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ୨୦୨୦ରେ ସୁନା୫୬,୨୦୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ରହିଥିଲା । ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନାର ଦାମ୍‌ ୧୭୫୫ ଡଲାର ପ୍ରତି ଆଉନ୍ସ ରହିଛି । ସେହିପରି ରୁପାର ଦାମ୍‌ ଦିଲ୍ଲୀ ବଜାରରେ ୩୮୩ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡ଼ିଛି । କେଜି ପ୍ରତି ଏହା ୫୯,୧୩୮ ଟଙ୍କା ରହିଛି । ଆନ୍ତର୍ଜାତିକ ବଜାରରେ ରୁପାର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । କିଗ୍ରା ପ୍ରତି ଏହା ୨୨.୬୦ ଡଲାର ରହିଛି ।    

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *