ମିଳିଲାନି ସୁନା, କରାଗଲା ଏକ୍ସ-ରେ, ଆଉ ଶେଷରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବ

ନୂଆଦିଲ୍ଲୀ: ଇମ୍ଫାଲ ବିମାନବନ୍ଦରରେ ସୁନା ଚୋରା ଚାଲାଣ କରୁଥିବା ନେଇ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ଯେଉଁ ଉପାୟରେ ସୁନା ନେଇ ଯାଉଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ଇମ୍ଫାଲରୁ ଦିଲ୍ଲୀ ଯାଉଥିଲେ । ସୁନାକୁ ଦିଲ୍ଲୀରେ ଚାଲାଣ କରିବାର ଯୋଜନା ଥିଲା । ଗିରଫ ଯୁବକର ଘର କେରଳ କୋଝିକୋଡେରେ ଥିବା ବେଳେ ନାମ ମହମ୍ମଦ ସରିଫ ବୋଲି ଜଣାପଡିଛି । ବିମାନବନ୍ଦରରେ ନିୟୋଜିତ ଥିବା ସିକ୍ୟୁରିଟିଙ୍କୁ ମହମ୍ମଦ ସରିଫର କାର୍ଯ୍ୟକଳାପ ଉପରେ ସନ୍ଦେହ ହୋଇଥିଲା । ଏହା ପରେ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ମହମ୍ମଦ ସରିଫ ବହୁତ ଭୟଭୀତ ହୋଇଯାଇଥିଲା । ସିଏସ୍‌ଏଫ୍ ଏବଂ କଷ୍ଟମ୍ ଅଧିକାରୀମାନେ ମହମ୍ମଦ ସରିଫର ଯାଞ୍ଚ କରିଥିଲେ । କିନ୍ତୁ ତାଙ୍କଠାରୁ କିଛି ମିଳି ନଥିଲା । ଏହା ପରେ ମହମ୍ମଦ ସରିଫଙ୍କ ଏକ୍ସ-ରେ କରାଯାଇଥିଲା । ଏକ୍ସ-ରେ ରିପୋର୍ଟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏକ୍ସ-ରେ ରିପୋର୍ଟରୁ ଜଣାପଡ଼ିଲା କି ମହମ୍ମଦ ସରିଫର ମଳଦ୍ୱାରରେ ପ୍ରାୟ ନଅ ଶହ ଆଠ ଗ୍ରାମ ସୁନା ରହିଛି । ଏହି ସୁନାକୁ ପେଷ୍ଟ କରି ଚାରି ଭାଗରେ ବିଭକ୍ତ କରି ଏକ ପ୍ୟାକେଟ୍ ତିଆରି କରି ସରିଫ ମଳଦ୍ୱାରରେ ଲୁଚାଇ ରଖିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *