କଟକର ତାରକସି ସାମଗ୍ରୀକୁ ଖୁବଶୀଘ୍ର ମିଳିବ GI ଟ୍ୟାଗ୍

କଟକ: କଟକର ତାରକସି ସାମଗ୍ରୀକୁ ଖୁବଶୀଘ୍ର ମିଳିବ ଜିଆଇ ଟ୍ୟାଗ୍ । ଏ ନେଇ ବିଦ୍ଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମାନ୍ୟତା ପାଇଁ ବିଧିବଦ୍ଧ ଭାବରେ ଆବେଦନ କରିଛି ଓଏସଆଇସି । କଟକରେ ଆହୁରି ଚମକିବ ତାରକସି ସାମଗ୍ରୀ । ବିଶ୍ବ ବଜାରରେ ବଢିବ ଚାହିଦା । ଏଣିକି ବିଶ୍ବ ବଜାରରେ ମିଳିବ କଟକର ନିଖୁଣ କାରିଗରୀ । ଉପକୃତ ହେବେ କାରୀଗର, ବଢିବ ରୋଜଗାର । ସରକାରଙ୍କ ଏଭଳି ଉଦ୍ୟମକୁ ସ୍ବାଗତ କରିଛନ୍ତି ତାରକସି କାରିଗର । ତାରକସି କାରିଗରଙ୍କ ପାଇଁ କଟକରେ ସ୍ବତନ୍ତ୍ର ମାର୍କେଟ କରିବାକୁ ସରକାର ଯୋଜନା କରିଛନ୍ତି । ତେବେ ଏହି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିଲେ ବିଶ୍ବର ସୁବୁ ସ୍ଥାନରେ ଏକାକୁ ବିକ୍ରି କରାଯାଇପାରିବ । ଏଭଳି ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂହ । ଏହା ସହିତ କଟକ ବାରବାଟି ବିଧାୟକ ମଧ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । କାରିଗର କୁଳର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ତାରକସି କାମକୁ ଜିଆଇ ମାନ୍ୟତା ପାଇଁ ସରକାରଙ୍କ ତତ୍ପରତା ଏହାକୁ ପ୍ରମାଣିତ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *