ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ାଗଣ୍ଡା ସାଲ୍‌କୁ ମିଳିବ ଜିଆଇ ଟ୍ୟାଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ାଗଣ୍ଡା ସାଲ୍‌କୁ ମିଳିବ ଜିଆଇ ଟ୍ୟାଗ । ଏଥିପାଇଁ ନିୟମଗିରି ଡଙ୍ଗରିଆ କନ୍ଧ ୱିଭର୍ସ ଆସୋସିଏସନ ଓ ଏସସିଇଆରଟି ଦ୍ୱାରା ପ୍ରୟାସ ଆରମ୍ଭ କରାଯାଇଛି । ଡଙ୍ଗରିଆ କନ୍ଧ ଜନଜାତିର ମହିଳା ମାନେ ନିଜ ହାତରେ ଏହି ସାଲକୁ ତିଆରି କରିଥାନ୍ତି । ଜିଲ୍ଲାର ମୁନିଗୁଡ଼ା ଓ ବିଷମକଟକ ବ୍ଲକର ୫୮ଟି ଡଙ୍ଗରିଆ କନ୍ଧ ଜନଜାତି ଗାଁର ମହିଳା ମାନେ ଏହି ସାଲ୍ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ସାଲ୍‌ର ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଚାହିଦା ବଢୁଥିବାରୁ କେତେକ ସ୍ଥାନରେ ଏହାର ନକଲ କରି ଇ-କମର୍ସ ଜରିଆରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏହି କପଡ଼ା ଗଣ୍ଡା ସାଲ୍‌କୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଲେ, ଆଦିବାସୀ ବୁଣାକାରଙ୍କୁ ଆଇନଗତ ସହାୟତା ମିଳିପାରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *