୧୨୨ ଟଙ୍କା ଶସ୍ତା ହେଲା ବାଣିଜ୍ୟିକ ସିଲିଣ୍ଡର୍ ଦର

ନୂଆଦିଲ୍ଲୀ : ଭାରତୀୟ ତୈଳ ବିପଣନ କମ୍ପାନୀମାନେ ଆଜି ଏଲ୍‌ପିଜି ଦରରେ ପରିବର୍ତ୍ତନ କରିଛନ୍ତି । ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ଦରରେ ସରକାର ୧୨୨ ଟଙ୍କା ହ୍ରାସ କରିଛନ୍ତି । ନୂଆ ଦର ୧ ଜୁନ୍ ୨୦୨୧ ଠାରୁ ଲାଗୁ ହେବ । ସମ୍ପ୍ରତି ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୪୭୩.୫୦ ଟଙ୍କା ରହିଛି, ପୂର୍ବରୁ ଏହାର ମୂଲ୍ୟ ୧୫୯୫.୫୦ ଟଙ୍କା ଥିଲା । ଅର୍ଥାତ୍ ସିଲିଣ୍ଡରର ମୂଲ୍ୟ ୧୨୨ ଟଙ୍କା ହ୍ରାସ କରାଯାଇଛି । ଉଲ୍ଲେଖନୀୟ ଯେ ସରକାରୀ ପେଟ୍ରୋଲିୟମ କମ୍ପାନୀଗୁଡିକ ମେ’ ମାସରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୪୫.୫୦ ଟଙ୍କା ହ୍ରାସ କରିଥିଲେ । ଆଜିର ହ୍ରାସ ପରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର୍‌ର ଦର ମୁମ୍ବାଇରେ ୧୫୪୫ ଟଙ୍କା ବଦଳରେ ୧୪୨୨.୫୦ ଟଙ୍କା, କୋଲକାତାରେ ୧୬୬୭.୫୦ ଟଙ୍କା ବଦଳରେ ୧୫୪୪.୫୦ ଟଙ୍କା ଏବଂ ଚେନ୍ନାଇରେ ୧୭୨୫.୫୦ ଟଙ୍କା ବଦଳରେ ୧୬୦୩ ଟଙ୍କା ରହିଛି । ଠିକ୍ ସେହିପରି ଭୁବନେଶ୍ୱରରେ ଦର ୧୫୭୧.୫୦ ରହିଛି । ୨୦୨୧ରେ ଏଲପିଜି ସିଲିଣ୍ଡର ୧୧୫ ଟଙ୍କା ମହଙ୍ଗା ହୋଇଛି । ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ଏପ୍ରିଲରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଗତ ଡିସେମ୍ବରୁ ମେ’ ମଧ୍ୟରେ ଘରୋଇ ସିଲିଣ୍ଡର୍ ଦରରେ ସରକାର ୨୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଗତ ୭ ବର୍ଷ ମଧ୍ୟରେ ଘରୋଇ ସିଲିଣ୍ଡର୍ ଦର ଦୁଇଗୁଣା ବଢ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *