ଥାନାର ଦ୍ୱାରସ୍ଥ ହେଲେ ୬ ବାସନ୍ଦ ପରିବାର

ଗଞ୍ଜାମ : ସ୍ୱାଧୀନତାର ୭୪ ବର୍ଷ ପରେ ବି ଆଇନ କାନୁନକୁ ବେଖାତିର କରି ଚାଲିଛି ଖାପ ପଞ୍ଚାୟତ । କେଉଁଠି ବିନା କାରଣରେ ମାଡ ମରା ଯାଉଛି ତ କେଉଁଠି ବେଆଇନ ଭାବେ ଚାଲିଛି ବାସନ୍ଦ ପ୍ରକ୍ରିୟା । ଏମିତି ଏକ ଅଭିଯୋଗ ଆସିଛି ବୁଗୁଡ଼ା ଥାନା କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଚୈତନ୍ୟ ପ୍ରସାଦ ଗ୍ରାମରୁ । ବେଆଇନ ଭାବେ ଜାତିରୁ ବାସନ୍ଦ ହୋଇଥିବା ୬ ପରିବାର ନ୍ୟାୟ ଦାବିରେ ଆଜି ବୁଗୁଡ଼ା ଥାନାର ଦ୍ୱାରସ୍ତ ହୋଇଥିବା ଜଣାପଡିଛି । ନିଖିଳ ଉତ୍କଳ କୁର୍ମି କ୍ଷେତ୍ରୀୟ ସଂସ୍ଥା କରଚୁଲି ଅଞ୍ଚଳ ପକ୍ଷରୁ ଚୈତନ୍ୟ ପ୍ରସାଦ ଗ୍ରାମର କାଶୀନାଥ ପ୍ରଧାନ, କାଳୁ ଚରଣ ପ୍ରଧାନ, ମୋହନ ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ତ୍ରିଲୋଚନ ପ୍ରଧାନ ଓ ଚନ୍ଦ୍ର ପ୍ରଧାନଙ୍କୁ ୬ ବର୍ଷ ପାଇଁ ସଭ୍ୟ ପଦରୁ ବହିଷ୍କାର କରିବା ସହ ଚୈତନ୍ୟ ପ୍ରସାଦ ଗ୍ରାମରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅସହଯୋଗରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ବାସନ୍ଦ ପରିବାରମାନେ ଅଭିଯୋଗ କରିଛନ୍ତି । ଫଳରେ ସର୍ବସାଧାରଣରେ ବାସନ୍ଦ ପରିବାରମାନେ ଅପମାନିତ ହେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ବିବାହ, ଶୁଦ୍ଧ ଆଦି କାର୍ଯ୍ୟରେ ଅବହେଳିତ ହେବା ସହ ଆତ୍ମୀୟ ସ୍ୱଜନଙ୍କ କୌଣସି କାର୍ଯ୍ୟରେ ଯୋଗ ଦେଇ ପାରୁନଥିବା କହିଛନ୍ତି । ଯାହାଦ୍ୱାରା ସେମାନେ ମାନସିକ ଅଶାନ୍ତିରେ କାଳ କାଟୁଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ କୁର୍ମି ସମାଜ କରଚୁଲି ଅଞ୍ଚଳ କର୍ମକର୍ତ୍ତାଙ୍କୁ ତଦନ୍ତ ନିମନ୍ତେ ଥାନାକୁ ଡକା ଯାଇଥିବା ନେଇ ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *