ପୋଲିସକୁ ଚକ୍କମା ଦେଇ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର

କଟକ : କଟକ ଏସସିବି ମେଡିକାଲରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହୋଇଛି । ଏସସିବି ମେଡିକାଲର ସର୍ଜରୀ ବିଭାଗରୁ ହାଇଦର ଫେରାର ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଗ୍ୟାଙ୍ଗଷ୍ଟାର ମେଡିକାଲରୁ ଫେରାର ହୋଇଛି । ତେବେ ସୁଲେମାନ ହତ୍ୟାକାଣ୍ଡରେ ସଜ୍ଜା କାଟୁଥିଲା ହାଇଦର । ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଉଥିଲା ହାଇଦର । ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ ଏସସିବି ପଠାଯାଇଥିଲା । କିନ୍ତୁ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ପୋଲିସ ଚକ୍କମା ଦେଇ ସେ ଫେରାର୍ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ୧୨ ଦିନ ତଳେ ଚିକିତ୍ସା ପାଇଁ ତାକୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ବୁର୍ଲା ମେଡିକାଲରୁ ରେଫର ହୋଇ ଏସସିବି ଆସିଥିଲା ହାଇଦର । ଏସସିବିର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ତାକୁ ଭର୍ତ୍ତି କରାଯାଇଥିଲା । ହାଇଦରକୁ ଜଗିବା ପାଇଁ ଜଣେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *