ପରିସ୍ରା ବାହାନାରେ ଖସିଯାଉଥିଲା, ଏନକାଉଣ୍ଟରରେ ଜୀବନ ଗଲା

ଭୁବନେଶ୍ୱର:  ଶୂନଶାନ ରାସ୍ତା  । ଗଡ଼ି ଚାଲିଥିଲା ପୋଲିସ ଗାଡ଼ି  । ଗାଡ଼ିରେ ଥିଲା ଗ୍ୟାଙ୍ଗଷ୍ଟର  ହାଇଦର । କଡ଼ା ପୋଲିସ ବଳୟରେ କଟକରୁ ବାରିପଦାକୁ କର୍ଡନ କରି ସିଫ୍ଟ କରାଯାଉଥିଲା  । କିନ୍ତୁ ଅଧା ରାସ୍ତାରେ ଖସିଯିବାର ପ୍ଲାନ ଆଗରୁ ପ୍ରସ୍ତୁତ କରିସାରିଥାଏ ହାଇଦର  । ଅଧାରାସ୍ତାରେ ପରିସ୍ରା ଯିବାକୁ କହିଥିଲା ଏହି ଗ୍ୟାଙ୍ଗଷ୍ଟର  । କିନ୍ତୁ ପୋସିଲ ସୁରକ୍ଷା ଦୃଷ୍ଟିରୁ ସିମୁଳିଆ ନିକଟରେ ଭ୍ୟାନ ଅଟକାଇ ହାଇଦରକୁ ପରିସ୍ରା କରିବାକୁ ଅନୁମତି ଦେଇଥିଲା  । ସେତେବେଳେ ସମୟ ଥିଲା ଠିକ ୩. ୨୦  ।  ସେପଟେ ହାଇଦର କିନ୍ତୁ ପରିସ୍ରା ବାହାନାରେ ରଚିଥିଲା ଖସିଯିବାର ନାଟକ  । ଆଉ ନାଟକ ହିଁ ଜୀବନର ଶେଷ ନାଟକ ହେବ ବୋଲି ଜାଣି ନଥିଲା ହାଇଦର  । ପରିସ୍ରା କରୁଥିବା ସମୟରେ ଦୌଡ଼ିବାକୁ ଆରମ୍ଭ କରିଥିଲା ସେକ ହାଇଦର  । ଫଳରେ ପୋଲିସ ହାଇଦରକୁ କାବୁ କରିବାକୁ ଯାଇ ଆପଣାଇଥିଲା ଶେଷ ଉପାୟ  ।

ସିମୁଳିଆ ନିକଟରେ ହିଁ କରିଥିଲା ଏନକାଉଣ୍ଚଟର  । ପୋଲିସର ଗୁଳି ମାଡରେ ହାଇଦର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି  । ଏହାପରେ ପୋଲିସ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛି  । ବର୍ତ୍ତମାନ ତାହାର ଚିକିତ୍ସା ଜାରି ଥିବାବେଳେ ହାଇଦରର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଛି  । ସେପଟେ ଏନକାଉଣ୍ଟରରେ ହାଇଦର ଶରୀରରେ ତିନୋଟି ଗୁଳି ମାଡ଼ ହୋଇଥିବା ସୂଚନା ଦେଇଛନ୍ତି କଟକ ଡ଼ସିପି ପ୍ରତୀକ ସିଂହ  । ପୋଲିସର ଗୁଳି ମାଡ଼ରେ ହାଇଦରର ବାମ ହାତରେ ଗୋଟେ ଗୁଳି ମାଡ଼ ଲହୋଇଥିବାବେଳେ ଅଣ୍ଟାରେ ଦୁଇଟି ଗୁଳି ବାଜିଥିବା  କହିଛନ୍ତି କଟକ ଡିସିପି  । ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାହାର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *