ଫଟୋ ଶୁଟ୍ ପାଇଁ ଆସିଥିଲେ ମଡେଲ୍‌, ଲଜରେ ୩ଦିନ ପର୍ଯ୍ୟନ୍ତ ….

କେରଳ: ଫଟୋ ଶୁଟ୍ କରାଇବା ପାଇଁ ପହଞ୍ଚିଥିଲେ ମଡେଲ୍ । କିନ୍ତୁ ଗଣଦୁଷ୍କର୍ମର ଶିକାର ହୋଇଯାଇଛନ୍ତି । ଏହିଭଳି ଏକ ମାମଲା ସାମନାକୁ ଆସିଛି କେରଳରୁ । ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ମଡେଲ ଜଣକ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ଡ୍ରିଙ୍କସରେ କିଛି ମିଶାଇ ପିଇବାକୁ ଦେଇଥିଲେ । ଯାହାପରେ ସେ ବେହୋସ୍ ହୋଇ ଯାଇଥିଲେ । ଆଉ ଏହାପରେ ତିନି ଦିନ ଧରି ତାଙ୍କ ସହିତ ଗଣଦୁଷ୍କର୍ମ କରାଗଲା । ଏହି ଘଟଣାରେ ତିନି ଜଣ ସଂପୃକ୍ତ ରହିଛନ୍ତି । ମଡେଲ୍ ଜଣକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ତାଙ୍କ ସହିତ ଏକ ଲଜ୍‌ରେ ହୋଇଥିଲା । ଡିସେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ତାଙ୍କ ସହିତ ଉକ୍ତ ଲଜ୍‌ରେ ଦୁଷ୍କର୍ମ କରାଯାଇଥିଲା । ଖାଲି ସେତିକି ନୁହେଁ ଅଭିଯୁକ୍ତ ମାନେ ଦୁଷ୍କର୍ମ ବେଳର ଭିଡିଓ କରି ତାଙ୍କୁ ବ୍ଲାକମେଲ୍ ମଧ୍ୟ କରୁଛନ୍ତି । ଭିଡିଓଟିକୁ ଲିକ୍ କରିବା ନେଇ ମଧ୍ୟ ଧମକ ଦେଉଛନ୍ତି । ପୋଲିସ୍ କହିଛି ଯେ, ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଦୁଇଜଣଙ୍କୁ ଏବେ ପୋଲିସ୍ ଖୋଜୁଛି । ସେମାନେ ନିଶା ପଦାର୍ଥ ଦେଇ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *