ପୁଣି ଲଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ, ୪ ଗିରଫ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ଥାନା ଅଞ୍ଚଳରେ ବସବାସ କରୁଥିବା ଜନୈକା ନାବାଳିକାଙ୍କୁ ଗାଡିରୁ ଟେକି ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସଞ୍ଜୟ ଏକ୍କା (୩୦), ଅଜିତ କିସପଟ୍ଟା (୩୦), ନନ୍ଦ ଓରଫ ରାଜକୁମାର ଧନୱାର (୩୫) ଓ ରଞ୍ଜୁ କିସପଟ୍ଟା (୪୩) ସମସ୍ତେ ଫଲସାନି ଗ୍ରାମର ବାସୀନ୍ଦା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ନାବାଳିକା ଜଣକ ଜନୈକ ସମ୍ପର୍କୀୟଙ୍କ ସହିତ ଗାଡିରେ ନିଜ ଘରକୁ ଫେରୁଥିଲେ । ଅଭିଯୁକ୍ତମାନେ ଗାଡିକୁ ଅଟକାଇ ଚାଳକ ସମ୍ପର୍କୀୟଙ୍କୁ ନିସ୍ତୁକ ମାଡ ମାରି ଭୟଭୀତ କରିଥିଲେ । ଜୀବନ ବିକଳରେ ସମ୍ପର୍କୀୟ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ଏହାର ସୁଯୋଗ ନେଇ ୪ ଅଭିଯୁକ୍ତ ନାବାଳିକାଙ୍କୁ ଟେକି ନେଇ ନିକଟସ୍ତ ଏକ ପଡିଆରେ ଗଣଦୁଷ୍କର୍ମ କରିଥିଲେ । ତେବେ ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ତାଙ୍କ ମୋବାଇଲ ନେଇ ଫେରାର ହୋଇ ଯାଇଥିଲେ । ଖସିବାର ସୁଯୋଗ ଖୋଜି ରାତିରେ ନାବାଳିକା ଘରେ ପହଞ୍ଚି ସଂପୂର୍ଣ୍ଣ ଘଟଣା ବିଷୟରେ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ପରିବାର ଲୋକେ ଏ ସମ୍ପର୍କରେ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *