ଚତୁର୍ଥୀ ରାତିରେ ସାଙ୍ଗଙ୍କ ସହ ମିଶି ସ୍ତ୍ରୀ ସହ ସ୍ୱାମୀ….

ଲକ୍ଷ୍ନୌ : ଚତୁର୍ଥୀ ରାତିରେ ସାଙ୍ଗଙ୍କ ସହ ମିଶି ସ୍ତ୍ରୀ ସହ ଦୁଷ୍କର୍ମ କଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଇଟବାରେ । ଜଣେ ନବବିବାହିତାଙ୍କୁ ଚତୁର୍ଥୀ ରାତିରେ ନିଶା ଔଷଧ ଦେଇ ଦୁଷ୍କର୍ମ କରାଯାଇଛି ବୋଲି ଜଣାପଡ଼ିଛି । କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ ଶ୍ୱଶୁର ଘର ଲୋକ । ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ୨୯ ନଭେମ୍ବରରେ ଝିଅର ବିବାହ ହୋଇଥିଲା । କିନ୍ତୁ ଶ୍ୱଶୁର ଘରେ ସ୍ୱାମୀ ଏବଂ ତାର ସାଙ୍ଗମାନେ ଦୁଷ୍କର୍ମ କରିଥିଲେ । ଏହା ସହ ମାରପିଟ୍ ମଧ୍ୟ କରିଥିଲେ । ଯେତେବେଳେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା ସେତେବେଳେ ସେମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ । ତେବେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ଆଘାତ ଲାଗିଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥବା ଏବଂ ଚିକିତ୍ସା ଚାଲିଥିବା ନେଇ କହିଛନ୍ତି ଡାକ୍ତର । ମାମଲାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଇକଦିଲ ଥାନା ଅନ୍ତର୍ଗତ ଚୌବ୍ୟା ଗ୍ରାମରେ ଏହି ଘଟଣା ଘଟିଛି । ମାମଲା ରୁଜୁ କରାଯାଇଛି ଏବଂ ବରିଷ୍ଠ ପୋଲିସ ଅଧିକାରୀ ଯାଞ୍ଚ କରୁଛନ୍ତି । ଯାଞ୍ଚପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *