ଗଣଦୁଷ୍କର୍ମ ବଦଳରେ ଖାଲି ଦୁଷ୍କର୍ମ ବୋଲି ଲେଖି ତଦନ୍ତ କଲା ପୋଲିସ, ରାଗରେ ପୀଡ଼ିତା କଲେ ଏପରି….

ନୂଆଦିଲ୍ଲୀ : ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ଚଳନ୍ତା କାରରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା । ନ୍ୟାୟ ନ ମିଳିବାରୁ ସେ ନିଜ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ବିଷ ପିଇ ଜୀବନ ନେଇଯିବାକୁ ଚେଷ୍ଟା କରିଥିଲେ ପୀଡ଼ିତା । କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଛି । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସହ କେବଳ ଦୁଷ୍କର୍ମ ହୋଇ ନାହିଁ, ଗଣଦୁଷ୍କର୍ମ ହୋଇଛି । ଚଳନ୍ତା କାର ଭିତରେ ମଣିଷ ରୂପୀ ରାକ୍ଷସମାନେ ତାଙ୍କୁ ଖିନ୍‌ଭିନ୍ କରି ପକାଇଲେ । କିନ୍ତୁ ପୋଲିସ ମାମଲା ରୁଜୁ କଲା ଖାଲି ଦୁଷ୍କର୍ମର । ଏବେ ଗଣଦୁଷ୍କର୍ମ ରୂପେ ନୁହେଁ, ଦୁଷ୍କର୍ମ ଭାବେ କେସ୍‌ର ତଦନ୍ତ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା । ତେବେ ବିଷ ପିଇବା ପରେ ପୀଡ଼ିତାଙ୍କୁ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ମଥୁରାର ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରାଯାଇଥିଲା । ଯୁବତୀ ଆଗ୍ରାରେ ପୋଲିସରେ ନିଯୁକ୍ତି ପାଇଁ ପରୀକ୍ଷା ଦେବାକୁ ଯାଇଥିଲେ । ପୋଲିସର କହିବାନୁସାରେ, ହରିୟାଣାର ଜଣେ ଯୁବକ ଏହି କାଣ୍ଡ ଭିଆଇଛି ।

ଏହି ଯୁବକକୁ ଯୁବତୀ ଜଣକ ଫେସ୍‌ବୁକ୍ ଜରିଆରେ ଚିହ୍ନିଥିଲେ । ସେ ଆଗ୍ରାରେ ତାଙ୍କୁ ପ୍ରଥମ ଥର ପାଇଁ ଭେଟିବାକୁ ଆସିଥିଲେ ଓ କାରରେ ବସାଇ ଡ୍ରଗ୍ସ ଶୁଂଘାଇ ଦେଇଥିଲେ। ଫଳରେ ଯୁବତୀ ଜଣକ ବେହୋସ୍ ହୋଇ ଯାଇଥିଲେ । ଏହା ପରେ ସାଙ୍ଗମାନଙ୍କ ସହ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ପରେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ଏବେ ପୀଡ଼ିତା ବିଷ ପିଇବା ଘଟଣା ଜଣାପଡ଼ିବା ପରେ ଆଗ୍ରାର ପୋଲିସ ଆଇଜି କୋସିକଲାନ୍‌ରେ ପହଞ୍ଚି ପୀଡ଼ିତାଙ୍କ ବୟାନ ନେଇଛନ୍ତି । ଅନ୍ୟପଟେ ପୋଲିସ ଗ୍ୟାଙ୍ଗ୍ ରେପ୍‌ର ମୁଖ୍ୟ ଅଭିଯୁକ୍ତ ତେଜବୀରଙ୍କୁ ଗିରଫ କରିଛି ଓ ଘଟଣାରେ ବ୍ୟବହୃତ କାର ମଧ୍ୟ ଜବତ କରିଛି । ଅଭିଯୁକ୍ତକୁ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ପୀଡ଼ିତାଙ୍କ ପରିବାର କହିବା ମୁତାବକ, ପୋଲିସ ଏହି ଗଣଦୁଷ୍କର୍ମ ମାମଲାକୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା କହି ମାମଲାକୁ ବଦଳାଇ ଦେଇଛି । ତେବେ ଏହି ମାମଲାରେ ସ୍ଥାନୀୟ ଥାନାଧିକାରୀଙ୍କ ପ୍ରତିକ୍ରିୟା ଏବେ ଯାଏଁ ମିଳିପାରିନାହିଁ । ଅନ୍ୟପଟେ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନ ହୋଇ ପୀଡ଼ିତା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଆଗ୍ରା ଆଇଜି ତାଙ୍କୁ ଭେଟି ଅବସ୍ଥା ପଚାରି ବୁଝିବା ସହ ନ୍ୟାୟ ଦେବାକୁ ଆଶ୍ୱାସନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *