ପିଶାସ ପାଲଟିଲା ପ୍ରେମିକ : ବିଶ୍ୱାସ ଜନ୍ମାଇ କଲା ଗଣଦୁଷ୍କର୍ମ

ଫୁଲବାଣୀ : ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଜଣେ ଯୁବକ ଫୁଲବାଣୀ ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରିବା ପରେ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଛି । ଏହି ଘଟଣାରେ ୪ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ବାଲିଗୁଡା ଦଣ୍ଡପଦର ସାହିର ଚକାଡୋଳା ଦିଗାଳ ନାମକ ଜଣେ ଯୁବକ ଫୁଲବାଣୀ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପ୍ରେମ ସମ୍ପର୍କ ରଖି ସେହି ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ ।

ହେଲେ ଯୁବତୀ ଜଣକ ନାବାଳିକା ହୋଇଥିବାରୁ ବିବାହ କରିବାକୁ ଅମଙ୍ଗ ହେଉଥିଲେ । ଯେଉଁଥିରେ ଉତକ୍ଷିପ୍ତ ହୋଇ ଗତ ୨୬ ତାରିଖରେ ପ୍ରେମିକ ତାର ୩ ଜଣ ସାଙ୍ଗଙ୍କ ସହ ମିଶି ଫୁଲବାଣୀରୁ ସମ୍ପୃକ୍ତ ଯୁବତୀଙ୍କୁ ଅପହରଣ କରିନେଇଥିଲା । ଚକାଡୋଳା ନିଜ ପ୍ରେମିକା ତଥା ଯୁବତୀଙ୍କୁ ଅପହରଣ କରିବା ପରେ ତାକୁ ନେଇ ଏକ ନିଛାଟିଆ ଅନ୍ଧାର ସ୍ଥାନରେ ନିଜ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲା ।

ପରେ ଯୁବତୀ ଜଣକ ସେମାନଙ୍କ କବଳରୁ ଖସି ଆସି ନିଜ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା । ପରିବାର ଲୋକଙ୍କୁ ଉକ୍ତ ଘଟଣା ସମ୍ପର୍କରେ ଜଣାଇଥିଲା । ଘଟଣାକୁ ନେଇ ପିଡିତାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ପ୍ରେମିକ ସମେତ ତାର ୩ ସାଙ୍ଗଙ୍କୁ ଗିରଫ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *