ଚୀନ୍‌ରେ ପୁଣି ବ୍ୟାପିଲା କରୋନା, ଗୃହବନ୍ଦୀ ହେଲେ ଲୋକେ

ଫୁଜିଆନ : କରୋନା ଭାଇରସ ମହାମାରୀ ପୁଣି ଥରେ ଚୀନ୍‌ରେ ପ୍ରକୋପ କରିଛି। ଏଥର ଫୁଜିଆନରେ କରୋନା ବ୍ୟାପୁଥିବା ବେଳେ ସଂକ୍ରମଣ ଆୟତ୍ତ ଲାଗି ପ୍ରଶାସନ ପ୍ରାନ୍ତରେ ସମସ୍ତ ସିନେମା ହଲକୁ ଅସ୍ଥାୟୀ ବନ୍ଦ ଘୋଷଣା କରିଛନ୍ତି।  ସେହିପରି ଜିମ୍‌ ଓ ଜାତୀୟ ରାଜମାର୍ଗକୁ ମଧ୍ୟ ବନ୍ଦ କରିଦିଆଯାଇଛି। ସେପଟେ ଲୋକଙ୍କୁ ଏବେକା ପରିସ୍ଥିତିରେ ନିଜନିଜ ଅଞ୍ଚଳ ନ ଛାଡିବାକୁ ପରାମର୍ଶ ଦିଆଯାଇଛି। ଚୀନ୍‌ ନ୍ୟାସନାଲ ହେଲଥ କମିଶନଙ୍କ ଅନୁସାରେ ସେପ୍ଟେମ୍ବର ୧୩ ତାରିଖ ଦିନ ଫୁଜିଆନରେ ୫୯ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ଏହାର ଦିନକ ପୂର୍ବରୁ ୨୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ୪ ଦିନରେ ଫୁଜିଆନର ୩ ସହରରେ ମୋଟ ୧୦୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ଏବେ ଚିନ୍ତାର କାରଣ ପାଲଟିଛି। ଚିହ୍ନଟ ମାମଲାରେ ଡେଲ୍ଟା ଭାରିଆଣ୍ଟ ଥିବାର ସୂଚନା ମିଳିଛି। ଏଣୁ ତୀବ୍ର ସଂକ୍ରମଣର କ୍ଷମତା ରଖୁଥିବା କରୋନାର ଏହି ଭାରିଆଣ୍ଟ ପ୍ରସାର ରୋକିବା ଲାଗି ପ୍ରାନ୍ତିୟ ପ୍ରଶାସନ ତ୍ୱରିତ୍ ପଦକ୍ଷେପ ନେଇଛି।

ଚୀନ୍‌ରେ ଅକ୍ଟୋବର ୧ ତାରିଖରୁ ନ୍ୟାସନାଲ ହଲିଡେ ୱିକ୍‌ ଆରମ୍ଭ ହେବାକୁ ଯାଉଛି। ତା ପୂର୍ବରୁ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି। ଦେଶରେ ଜାତୀୟ ଛୁଟି ସପ୍ତାହକୁ ଲୋକେ ବୁଲାବୁଲିରେ କଟାନ୍ତି। ତେବେ କରୋନା ସଂକ୍ରମଣ ଯୋଗୁ ଫୁଜିଆନକୁ ସଂଯୁକ୍ତ କରୁଥିବା ଜାତୀୟ ରାଜମାର୍ଗକୁ ଅବରୋଧ କରିଦିଆଯାଇଛି। ଲୋକଙ୍କୁ  ନିଜ ଅଞ୍ଚଳରୁ ବାହାରକୁ ନ ଯିବା ଲାଗି ତାଗିଦ କରାଯାଇଛି। ଚୀନ୍‌ରେ ସଂକ୍ରମଣ ନିୟନ୍ତ୍ରିତ ହୋଇଯାଇଥିଲା। ଏଣୁ ଟ୍ରାଭେଲ ଓ ଟୁର ଉଦ୍ୟୋଗ ପୁଣି ଖୋଲିଥିବା ବେଳେ ଛୁଟି ସପ୍ତାହ ପୂର୍ବରୁ ଶହେରୁ ଅଧିକ ଲୋକେ ସଂକ୍ରମଣର ଶିକାର ହେବା ଏବେ ଚିନ୍ତାର କାରଣ ପାଲଟିଛି।

ଗତବର୍ଷର ଏହି ସମୟ ତୁଳନାରେ ଚଳିତବର୍ଷ ବିମାନ ଯାତ୍ରା ୫୧ ପ୍ରତିଶତକୁ ବୃଦ୍ଧି ହୋଇଛି। ଏଥିରୁ ଚୀନ୍‌ ଏବେ ସଂକ୍ରମଣରୁ ମୁକୁଳିଥିବାରୁ ସୂଚନା ମିଳିଛି। ତେବେ ଫୁଜିଆନ ସଂକ୍ରମଣ ଏବେ ସାରା ଦେଶକୁ ପୁଣି ଚିନ୍ତାରେ ପକାଇ ଦେଇଛି। ଫୁଜିଆନର ପୁତିଆନ ସହରରେ ପ୍ରଥମେ କୋଭିଡ ସଂକ୍ରମଣ ହୋଇଥିଲା। ଏହି ସହରର ଜନ ସଂଖ୍ୟା ୩୨ ଲକ୍ଷ। ଗତ ସେପ୍ଟେମ୍ବର ୧୦ ତାରିଖରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ପରଠାରୁ ଏପର୍ଯ୍ୟନ୍ତ ୧୦୪ ଜଣ ଆକ୍ରାନ୍ତ ହେଲେଣି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *